fbpx

ମୋଟାପାରୁ ରକ୍ଷା ପାଇବାକୁ ଚାହୁଁଥିଲେ, ଏହି ଖାଦ୍ୟଗୁଡ଼ିକୁ ଆଭଏଡ୍ କରନ୍ତୁ

ପ୍ରାୟ ଲୋକ ଅନେକ ଚେଷ୍ଟା କରିବା ପରେ ବି ସେମାନଙ୍କର ଓଜନ ହ୍ରାସ ହୁଏ ନାହିଁ । ବାସ୍ତବରେ ଏମାନେ ଦୈନନ୍ଦିନ ଖାଦ୍ୟରେ ଏପରି ଜିନିଷକୁ ସାମିଲ କରିଥାନ୍ତି, ଯାହାର ପ୍ରଭାବରେ ଓଜନ ହ୍ରାସ ହୁଏ ନାହିଁ । ଆସନ୍ତୁ ଜାଣିବା ଓଜନ ହ୍ରାସ କରିବା ପାଇଁ କେଉଁ ଜିନିଷଗୁଡ଼ିକୁ ଦୂରେଇ ରଖିବା ଉଚିତ ।

– ଆମେ ପ୍ରାୟତଃ ଆଳୁକୁ ପ୍ରତ୍ୟେକ ପରିବାରେ ମିଶାଇ ଖାଇଥାଉ । ଏହା ଦ୍ୱାରା ଆମ ଶରୀରରେ ଓଜନ ବୃଦ୍ଧି ଘଟିଥାଏ । ଆଳୁରେ ଅଧିକ କାର୍ବୋହାଇଡ୍ରେଟ୍ ରହିଥାଏ । ଆଳୁରୁ ତିଆରି ଆଳୁ ପରଟା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

– ଚାଉଳ ଖାଇବା ଦ୍ୱାରା ସେଥିରେ କାର୍ବୋହାଇଡ୍ରେଟ୍ ଥିବାରୁ ତାହା ଓଜନ ବୃଦ୍ଧି କରାଇଥାଏ । ଏଥିସହ ରେଡ୍ ମିଟ୍ ଖାଇବା ଦ୍ୱାରା ଓଜନ ବଢ଼ିବା ସହ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ ।

– କନ୍ଦମୂଳରେ ପ୍ରଚୁର ମାତ୍ରାରେ କାର୍ବୋହାଇଡ୍ରେଟ୍ ଥିବାରୁ ଏହା କମ୍ ଓଜନ ଧାରୀଙ୍କୁ ଖାଇବାକୁ ଦେବା ଉଚିତ । କଖାରୁ ଓ ମକାମଞ୍ଜିରେ ପ୍ରଚୁର ଷ୍ଟାର୍ଚ ଥିବାରୁ ତାହା ଓଜନ ବୃଦ୍ଧି କରାଇଥାଏ ।

– ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଦୁଗ୍ଧ ଜାତୀୟ ପଦାର୍ଥ ଯେପରିକି ଦହି, ପନିର, ମଖନ, ଲସି ଆଦି ସେବନରୁ ଦୂରେଇ ରୁହନ୍ତୁ । ଘରମାନଙ୍କରେ ବିନ୍ସ ପ୍ରାୟତଃ ରୋଷେଇରେ ବ୍ୟବହାର କରାଯାଏ । ଓଜନ ହ୍ରାସ କରିବାକୁ ଚାହୁଁଥିଲେ ବିନ୍ସ ଖାଇବାରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.