Breaking: ଘର ଘର ବୁଲି ଆୟୁଷ୍ମାନ କାର୍ଡ ବାଣ୍ଟିଲେ ମନ୍ତ୍ରୀ, କହିଲେ କଥା ଦେଇ କଥା ରଖିଲେ ସରକାର

ଭୁବନେଶ୍ୱର: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପରେ ଏବେ କାର୍ଡ ବଣ୍ଟିବାର ପାଳି । ଗୁରୁବାର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘର ଘର ବୁଲି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଛନ୍ତି ।

ସମସ୍ତଙ୍କୁ ଏ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବାକୁ ଥିବାବେଳେ ଯେଉଁମାନଙ୍କର ନାହିଁ ସେମାନେ ତୁରନ୍ତ ଆବେଦନ କରନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଏଅବସରରେ ମନ୍ତ୍ରୀ କହିଛନ୍ତି, କଥା ଦେଇ କଥା ରଖୁଲୁ । ଜମ୍ବୁ ମହୋତ୍ସବ ପାଇଁ ମାର୍ସାଘାଇ ଯାଇଥିବାବେଳେ ମହାକାଳପଡ଼ାରେ ୨ ହିତାଧିକାରୀଙ୍କୁ କାର୍ଡ ବଣ୍ଟାଯାଇଛି ।

କାର୍ଡ ଜରିଆରେ ହିତାଧିକାରୀ ପାଖାପାଖି ୨୯ ହଜାର ହସ୍ପିଟାଲରେ ମାଗଣା ଚିକିତ୍ସିତ ହୋଇପାରିବେ । କାର୍ଡ ପାଇ ହିତାଧିକାରୀ ଖୁସି ଥିବା କହିଛନ୍ତି ମନ୍ତ୍ରୀ ।