fbpx

ଅଭିନେତା ଆୟୁଷ୍ମାନଙ୍କ ଉପରେ ଦୁଃଖର ପାହାଡ଼, ପିତା ପଣ୍ଡିତ ପି ଖୁରାନାଙ୍କର ହାର୍ଟ ଆଟାକରେ ମୃତ୍ୟୁ

Advertisement

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପିତା ଜ୍ୟୋତିଷ ପଣ୍ଡିତ ପି ଖୁରାନାଙ୍କ ର ହାର୍ଟ ଆଟାକ୍ କାରଣରୁ ଦେହାନ୍ତ ହୋଇଛି । ସେ ଅନେକ ଦିନରୁ ହୃଦୟ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ । ସୂଚନାନୁସାରେ, ଆୟୁଷ୍ମାନଙ୍କ ପିତା ପି ଖୁରାନା ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମଧ୍ୟ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ୱେ ତାଙ୍କୁ ବଞ୍ଚାଯାଇ ପାରିନଥିଲା ।

ଆୟୁଷ୍ମାନ ଖୁରାନାଙ୍କ ଭାଇ ଅପାରଶକ୍ତି ଖୁରାନାଙ୍କ ତରଫରୁ ତାଙ୍କର ଜଣେ ସ୍ପୋକ ପର୍ସନ ଏକ ବିବୃତ୍ତି ଜାରି କରିଛନ୍ତି ଯେଉଁଥିରେ ଲେଖା ଅଛି, ‘ଆୟୁଷ୍ମାନ ଏବଂ ଅପାରଶକ୍ତି ଖୁରାନାଙ୍କ ପିତା ଜ୍ୟୋତିଷ ପି ଖୁରାନାଙ୍କର ଆଜି ସକାଳ ୧୦:୩୦ ରେ ଦେହାନ୍ତ ହୋଇଛି । ଦୀର୍ଘ ସମୟ ଧରି ଅସୁସ୍ଥତା ହେତୁ ମୋହାଲିରେ ତାଙ୍କର ମୃତ୍ୟୁ ହୋଇଛି । ଏହି ବ୍ୟକ୍ତିଗତ କ୍ଷତି ସମୟରେ ଆପଣଙ୍କର ପ୍ରାର୍ଥନା ଏବଂ ସମର୍ଥନ ପାଇଁ ଆମେ ସମସ୍ତଙ୍କୁ କୃତଜ୍ଞ ।

ରିପୋର୍ଟ ଅନୁଯାୟୀ, ଆୟୁଷ୍ମାନ ଖୁରାନାଙ୍କ ପିତା ପି ଖୁରାନାଙ୍କର ଅନ୍ତିମ ସଂସ୍କାର ଶୁକ୍ରବାର ଦିନ ୫.୩୦ ସମୟରେ ଚଣ୍ଡିଗଡ଼ର ମଣିମାଜରାରେ ହେବ । ଆୟୁଷ୍ମାନ ଖୁରାନା ଏବଂ ତାଙ୍କ ଭାଇ ତାଙ୍କ ପିତା ପି ଖୁରାନାଙ୍କର ଅତି ନିକଟତର ଥିଲେ । ଉଭୟ ଷ୍ଟାର ପ୍ରାୟତଃ ନିଜ ପିତାଙ୍କ ବିଷୟରେ କିଛି ନା କିଛି ପୋଷ୍ଟ କରୁଥିଲେ । ତେବେ ପଣ୍ଡିତ ପି ଖୁରାନା ଜଣେ ପ୍ରସିଦ୍ଧ ଜ୍ୟୋତିଷ ଥିଲେ ଓ ସେ ଜ୍ୟୋତିଷ ଶାସ୍ତ୍ର ଉପରେ ବହୁ ବହି ଲେଖିଛନ୍ତି ।

Get real time updates directly on you device, subscribe now.