fbpx

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ବିଇଡି ଆବେଦନ

ପୁରୀ: ବିଇଡି ପଢିବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୦୨୪-୨୬ ଶିକ୍ଷାବର୍ଷରେ ବିଇଡି ନାମଲେଖା ପାଇଁ ଆବେଦନ ହୋଇଛି । ଆଶାୟୀ ଛାତ୍ରଛାତ୍ରୀମାନେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ୱେବସାଇଟ www.sjsv.nic.in ରେ ଆବେଦନ କରିପାରିବେ।

ଏହି ପରୀକ୍ଷା ଲାଗି ଆଡମିଟ କାର୍ଡ ଜୁନ ୬ ତାରିଖରେ ପ୍ରକାଶ ପାଇବା ପରେ ଜୁନ ୨୩ ତାରିଖରେ ପରୀକ୍ଷା କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଆବେଦନ ଶୁଳ୍କ ୮ ଶହ ଟଙ୍କା ରଖାଯାଇଛି । ଆବେଦନ ଫର୍ମ ବିଶ୍ୱବିଦ୍ୟାଳୟ ଠିକଣାରେ ସ୍ପିଡ୍ ପୋଷ୍ଟ ବା ରେଜେଷ୍ଟ୍ରି ପୋଷ୍ଟ କରିବେ ।

ଉପଲବ୍ଧ ୫୦ଟି ସିଟ ମଧ୍ୟରୁ ୫୦ ପ୍ରତିଶତ ଅର୍ଥାତ ୨୫ଟି ସିଟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି । ଆବେଦନ କରିବା ପାଇଁ ସ୍ନାତକ ଓ ଶାସ୍ତ୍ରୀ ପାଠ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୪୫ ପ୍ରତିଶତ ନମ୍ବର ଓ ଅବଶିଷ୍ଟଙ୍କ ପାଇଁ ୫୦ ପ୍ରତିଶତ ରଖିଥିବା ଆବଶ୍ୟକ ବୋଲି ଦର୍ଶାଯାଇଛି ।

Get real time updates directly on you device, subscribe now.