fbpx

ପରଦାକୁ ଆସିବେ ଇର୍ଫାନଙ୍କ ପୁଅ ବାବିଲ୍; ପଢନ୍ତୁ ପୁରା ଖବର

ମୁମ୍ବାଇ (ଓଡ଼ିଶା ଭାସ୍କର): ଦିବଙ୍ଗତ ବଲିଉଡ୍ ଅଭିନେତା ଇର୍ଫାନ୍ ଖାନଙ୍କ ପୁଅ ବାବିଲ୍ ନିଜର ଦ୍ୱିତୀୟ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ନେଟଫ୍ଲିକ୍ସ ଫିଲ୍ମ କାଲାରୁ ପଦାର୍ପଣ କରୁଥିବା ବାବିଲ୍ ଭିକି ଡୋନର ନିର୍ଦ୍ଦେଶକ ସୁଜିତ୍ ସର୍କାରଙ୍କ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ବାବିଲ । ପ୍ରଯୋଜକ ରୋନ୍ନି ଲାହିରି ଉଭୟ ସୁଜିତ ଓ ବାବିଲଙ୍କ ସହିତ ଫଟୋ ଶେୟାର କରିଛନ୍ତି । ଏହା ପୂର୍ବରୁ ସୁଜିତ ସର୍କାର ଇର୍ଫାନଙ୍କ ସହିତ ପିକୁୁରେ କାମ କରିଥିଲେ । ସୁଜିତ ସର୍କାରଙ୍କ ଭଳି ସୁନାମଧନ୍ୟ ନିର୍ଦ୍ଦେଶକଙ୍କ ସହିତ କାମ କରିବା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି ବାବିଲ କହିଛନ୍ତି । ଲାହିରି ଏହା ପୂର୍ବରୁ ପିକୁ ଫିଲ୍ମର ପ୍ରଯୋଜନା ମଧ୍ୟ କରିଥିଲେ ।
ରୋନି ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ତିିନି ଜଣଙ୍କ ଫଟୋ ଶେୟାର କରିବା ସହିତ ଲେଖିଛନ୍ତି ‘ଆପଣଙ୍କ ସାମ୍ରଜ୍ୟକୁ ଆଗକୁ ବଢାଉଥିବାରୁ ମୁଁ ଅତ୍ୟନ୍ତ ଖୁସି । ଆପଣଙ୍କ ଭଳି କିମ୍ବଦନ୍ତୀଙ୍କ ସହିତ କାମ କରିବାର ସୁଯୋଗ ପାଇଥିବା ବେଳେ ଏବେ ବାବିଲ୍ ସହିତ କାମ କରୁଛି । ଏହାଠୁ ଅଧିକ ମିତବ୍ୟୟିତା କଣ ହୋଇପାରିବ ।’ ଏହା ସହିତ ବାବିଲ୍ ନିଜର ପ୍ରଥମ ଫିଲ୍ମ କାଲା ପାଇଁ ଶୁଟିଂ ଆରମ୍ଭ କରିଛନ୍ତି । ବାବିଲ୍ଙ୍କ ସହିତ ଆଉ ଜଣେ ନବାଗତ ହିରୋଇନ୍ ତୃପ୍ତି ଡିମରି ମଧ୍ୟ କାଲାରେ ନଜର ଆସିବାକୁ ଯାଉଛନ୍ତି ।

Get real time updates directly on you device, subscribe now.