ଓଡ଼ିଶା ଭାସ୍କର: ବାବା ଭେଙ୍ଗା ୯/୧୧ ଆତଙ୍କବାଦୀ ଆକ୍ରମଣ ଓ ବ୍ରେକଜିଟ୍କୁ ନେଇ ଯାହା ଭବିଷ୍ୟବାଣୀ କରିଥିଲେ ତାହା ସତ ହୋଇଛି । ଏହା ସହିତ ସେ ୨୦୨୪କୁ ନେଇ ବି କିଛି ଭବିଷ୍ୟବାଣୀ କରିଥିଲେ । ଏବେ ଦାବୀ କରାଯାଉଛି କି ସେଥିମଧ୍ୟରୁ କିଛି ସତ ହୋଇଛି । ବାବା ଭେଙ୍ଗା ବୁଲଗେରିଆର ଜଣେ ଫକୀର ଥିଲେ । ୧୯୧୧ ମସିହାରେ ତାଙ୍କର ଜନ୍ମ ହୋଇଥିଲା । ୧୨ ବର୍ଷ ବୟସରେ ସେ ନିଜ ଦୃଷ୍ଟି ଶକ୍ତି ହରାଇଥିଲେ । ସେ ୫୦୭୯ ବର୍ଷ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଥିଲେ । ୨୦୨୪ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଏଥର ମଧ୍ୟ ଭୟାନକ ଏବଂ ଆଶ୍ଚର୍ଯ୍ୟଜନକ ଥିଲା । ସେ ବିଶ୍ୱର ଆର୍ଥିକ ସଙ୍କଟ, ଜଳବାୟୁ ସଙ୍କଟ ଏବଂ ଚିକିତ୍ସା କ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିର ପୂର୍ବାନୁମାନ କରିଛନ୍ତି। ଆସନ୍ତୁ ଜାଣିବା ଏହି ଭବିଷ୍ୟବାଣୀଗୁଡ଼ିକ ମଧ୍ୟରୁ କେଉଁଟି ସତ୍ୟ ବୋଲି ପ୍ରମାଣିତ ହୋଇଛି ।
ବିଶ୍ୱର ଆର୍ଥିକ ସଙ୍କଟ: ଏକ ରିପୋର୍ଟ ଅନୁସାରେ ସେ ଦାବୀ କରିଥିଲେ କି ଚଳିତ ବର୍ଷ ବିଶ୍ୱକୁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡିବ । ବ୍ରିଟେନ ଓ ଜାପାନ ଏହି ସଂକଟର ସାମ୍ନା କରୁଛି । ବ୍ରିଟେନରେ ଡିସେମ୍ବର ପର୍ଯ୍ୟନ୍ତ ୩ ମାସରେ ଜିଡିପି କ୍ଷେତ୍ରରେ ଆଶା ଠାରୁ ଅଧିକ ୦.୩% ହ୍ରାସ ଘଟିଛି । ସେହିପରି ଜାପାନରେ ଏବେ ୟେନ୍ ୩୪ ବର୍ଷର ନିମ୍ନ ସ୍ତରରେ ରହିଛି । ଏହା ଆମେରିକୀୟ ଡଲାର ତୁଳନାରେ ଦୂର୍ବଳ ହୋଇ ୧୫୧.୯୭କୁ ଖସି ଆସିଛି ।
ଜଳବାୟୁ ସଙ୍କଟ: ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଯେ ଜଳବାୟୁ ସଙ୍କଟ ଆହୁରି ଖରାପ ହେବାକୁ ଯାଉଛି। ୨୦୨୪ରେ ବିଶ୍ୱର ତାପମାତ୍ରା ରେକର୍ଡ ଭାଙ୍ଗିଯିବ ବୋଲି ସୂଚନା ଅଛି | କୋପରନିକସ୍ ଜଳବାୟୁ ପରିବର୍ତ୍ତନ ସେବାର ଡେପୁଟି ଡାଇରେକ୍ଟର ସାମନ୍ତ ବରଗେସ୍ ନିଶ୍ଚିତ କରିଛନ୍ତି ଯେ ୨୦୨୪ ସବୁଠୁ ଉତ୍ତପ୍ତ ବର୍ଷ ବୋଲି ପ୍ରମାଣିତ ହୋଇପାରେ। ସେ କହିଛନ୍ତି, “ଚଳିତ ବର୍ଷ ତାପମାତ୍ରା ପୂର୍ବ ଶିଳ୍ପ ସ୍ତର ତୁଳନାରେ 1.5 ° C ଅଧିକ ହୋଇପାରେ। ଏହା ବିଶ୍ୱର ତାପମାତ୍ରା ରେକର୍ଡ ପାଇଁ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିପାରିବ।”
ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି: ବାବା ଭେଙ୍ଗାଙ୍କ ଅନ୍ୟ ଏକ ଭବିଷ୍ୟତବାଣୀ ଥିଲା କି ଏଥର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁତ ବିକାଶ ହେବ । ଏବେ ଏହା ଜଣାପଡିଛି କି ଫୁସ୍ଫୁସ୍ କ୍ୟାନସର ଭ୍ୟାକସିନ୍ ପାଇଁ ଏବେ କାମ ଚାଲିଛି । ଅକ୍ସଫୋର୍ଡ ୟୁନିଭରସିଟି, ଫ୍ରାନ୍ସିସ୍ କ୍ରିକ୍ ଇନଷ୍ଟିଚ୍ୟୁଟ୍ ଓ ୟୁନିଭରସିଟି କଲେଜ ଲଣ୍ଡନର ବୈଜ୍ଞାନିକମାନେ ମିଳିତ ଭାବରେ ଏହି ଟୀକା ଉପରେ କାମ କରୁଛନ୍ତି ।