fbpx

ବହୁ ଚର୍ଚ୍ଚିତ ବାବୁସାନ-ପ୍ରକୃତି-ତୃପ୍ତି କଳିରେ ନୂଆ ମୋଡ଼ : ଆଜି ଭୁବନେଶ୍ୱର ଫେରୁଛନ୍ତି ବାବୁସାନ୍ !

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ବହୁ ଚର୍ଚ୍ଚିତ ବାବୁସାନ-ପ୍ରକୃତି-ତୃପ୍ତି କଳି ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଇତିମଧ୍ୟରେ ଏହି କଳି ଘଟଣାକୁ ଚାରି ଦିନ ପୂରି ଯାଇଥିଲେ ମଧ୍ୟ ବାବୁସାନ ଘରକୁ ଫେରିନଥିବା ବେଳେ ପ୍ରକୃତି ଘରକୁ ଫେରିଥିଲେ।

ମଙ୍ଗଳବାର ଖାରବେଳ ନଗର ଥାନା ପୋଲିସ ତାଙ୍କ ଘରକୁ ଯାଇ ଦୀର୍ଘ ଘଣ୍ଟାଏ କାଳ ପଚରା ଉଚୁରା କରିଥିଲେ । ଖାରବେଳନଗର ଥାନା ଆଇଆଇସି ଓ ଜଣେ ମହିଳା ପୋଲିସ ସତ୍ୟବିହାର ସ୍ଥିତ ପ୍ରକୃତିଙ୍କ ଘରକୁ ଯାଇ ପଚରା ଉଚୁରା କରିଛନ୍ତି । ଏହି ଘଟଣା ପରେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି ଯେ, ପୋଲିସ ଆମ ଉପସ୍ଥିତିରେ ପ୍ରକୃତିଙ୍କୁ ପ୍ରଶ୍ନ ପଚାରି ଥିଲା । ସେ ଯାହା ଉତ୍ତର ଦେବା କଥା ଦେଇସାରିଛି । ଏବେ ଆଇନ ତା’ ବାଟରେ ଯିବ । ଆମେ ଚେନ୍ନାଇରେ ବାବୁସାନଙ୍କୁ ଭେଟିଥିଲୁ । ଏବେ ମୋ ଝିଅ ଆମ ପରିବାର ସହିତ ରହିଥିବାବେଳେ ସେ ମାନସିକ ସ୍ତରରେ ଶାନ୍ତିରେ ଥିବା ସୂଚନା ଦେଇଥିଲେ।ଆଗକୁ ବାବୁସାନ୍‌ଙ୍କୁ ସମାନ ପ୍ରକ୍ରିୟାରେ ଜେରା କରାଯିବ । ଏହାପରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ ହେବ ।

ତେବେ ଚେନ୍ନାଇରୁ ବାବୁସାନ୍‌ ମଧ୍ୟ ଭୁବନେଶ୍ୱର ଫେରିଥିବା ସୂଚନା ମିଳିଛି । ସେ ବୁଧବାର ଜଗନ୍ନାଥବିହାର ସ୍ଥିତ ଘରେ ଗଣମାଧ୍ୟମକୁ ସାମ୍ନା କରିବେ ବୋଲି ଜଣାପଡିଛି।

Get real time updates directly on you device, subscribe now.