ହରିଣ ଛୁଆ କହୁଛି, ‘ମୁଁ ଜଙ୍ଗଲ ଯିବିନି ଘରେ ରହିବି’- କେବେ ଦେଖି ନ ଥିବେ ଏମିତି ପଶୁ ଓ ମଣିଷର ପ୍ରେମ, ନା ଅଛି ଈର୍ଷା ନା ଅଛି ଅହଂକାର…
ୟୁପିର ମିରଟରୁ ଏକ ହୃଦୟସ୍ପର୍ଶୀ ଓ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ସେ ବନ୍ୟଜନ୍ତୁଟିଏ ହେଲେ ବି ସ୍ନେହ ପ୍ରେମରେ କେମିତି ବାନ୍ଧି ହୋଇଯାଏ , ତାହା ଦେଖିବାକୁ ମିଳିଛି। ବାସ୍ତବ କଥା ହେଲା , ହରିଣ ଛୁଆଟି ଘରକୁ ଆସିବା ପର ଠାରୁ ଚାଷୀ ରାଜବୀରଙ୍କ ପରିବାରରେ ହସଖୁସିର ଲହରୀ ଖେଳି ଯାଇଛି।
ଓଡ଼ିଶା ଭାସ୍କର: ପ୍ରେମ- କେତେବେଳେ କାହା ସହ କେମିତି ହୁଏ ତାହା ସେ ପ୍ରେମ ହିଁ ଜାଣିଥିବ । ପ୍ରେମିକଟିଏ ନିଜ ପ୍ରେମିକା ପାଇଁ ସାତ ସମୁଦ୍ର ପାର ହୋଇ ଜହ୍ନ ରାଇଜରୁ ଜ୍ୟୋସ୍ନା ତୋଳି ଆଣି ଦେବାକୁ ମଧ୍ଯ ପଛାଇ ନ ଥାଏ ।
ଏହାସହ ପଶୁଟିଏ ମଣିଷ ପ୍ରେମରେ ମଧ୍ଯ ପଡ଼ି ମତୁଆଲା ହୋଇଥାଏ । ଏ ଯେମିତି ଏ ହରିଣ ଛୁଆ କଥା । ନିଜ ବାସସ୍ଥାନ ଛାଡ଼ି ମାନବ ପ୍ରେମରେ ଏ ପାଗଳ । କେମିତି ପଢ଼ନ୍ତୁ ଏ ରୋଚକ କାହାଣୀ…
ୟୁପିର ମିରଟରୁ ଏକ ହୃଦୟସ୍ପର୍ଶୀ ଓ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ସେ ବନ୍ୟଜନ୍ତୁଟିଏ ହେଲେ ବି ସ୍ନେହ ପ୍ରେମରେ କେମିତି ବାନ୍ଧି ହୋଇଯାଏ , ତାହା ଦେଖିବାକୁ ମିଳିଛି। ବାସ୍ତବ କଥା ହେଲା , ହରିଣ ଛୁଆଟି ଘରକୁ ଆସିବା ପର ଠାରୁ ଚାଷୀ ରାଜବୀରଙ୍କ ପରିବାରରେ ହସଖୁସିର ଲହରୀ ଖେଳି ଯାଇଛି।
ପ୍ରାୟ ସପ୍ତାହେ ପୂର୍ବରୁ ଏହି ହରିଣ ଛୁଆକୁ କୁକୁରଙ୍କ ଏକ ଦଳ ଘେରି ରହିଥିଲେ। ରାଜବୀର କୁକୁରମାନଙ୍କୁ ଘଉଡ଼ାଇ ତାର ଜୀବନ ବଞ୍ଚାଇ ଥିଲେ। ମାତ୍ର ଗୋଟିଏ ରାତିରେ, ଏହି ନିରୀହ ହରିଣ ଛୁଆଟି ଚାଷୀ ପରିବାର ଠାରୁ ଏତେ ପ୍ରେମ ଓ ସ୍ନେହ ପାଇଛି ଯେ, ବାରମ୍ୱାର ଜଙ୍ଗଲରେ ଛାଡ଼ିବା ପରେ ବି ଘରକୁ ଫେରି ଆସୁଛି। ଭୁଲି ପାରୁନି ସେହି ଲୋକଙ୍କ , ସେହି ଘରକୁ। ପିଲାମାନେ ତାକୁ ପ୍ରେମରେ ଚିକୁ ବୋଲି ଡାକୁଛନ୍ତି। ମଣିଷ ଓ ପ୍ରାଣୀ ମଧ୍ୟରେ ପ୍ରେମର ଏହି ଅନନ୍ୟ କାହାଣୀ ଅଞ୍ଚୌଲିର ଜଲାଲପୁର ଗାଁର ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ଗାଁ ମୁଖିଆ ଡାକ୍ତର ରାଜେଶ୍ୱର ସାଇନି କୁହନ୍ତି , ଚାଷୀ ରାଜବୀର ସାଇନିଙ୍କ ଘର ଗାଁ ପାର୍ଶ୍ୱରେ। ସପ୍ତାହେ ପୂର୍ବରୁ , ଚାଷୀଙ୍କ ଘର ବାହାରେ କୁକୁରମାନେ ଗୋଟିଏ ହରିଣକୁ ଘେରି ରହି ଥିଲେ। ରାଜବୀର କୁକୁରମାନଙ୍କୁ ଘଉଡାଇ ତାର ଜୀବନ ବଞ୍ଚାଇ ଥିଲେ। ଚାଷୀ ହରିଣଟିକୁ ଘରକୁ ଆଣି ଖାଇବାକୁ ଦେଲେ। ଯେତେବେଳେ ସେ ଗୋଟିଏ ରାତି ପାଇଁ ଘରେ ରଖିଲେ , ପରିବାର ଲୋକ ତାକୁ ଖୁବ୍ ଆଦର କରିଥିଲେ। ସକାଳ ହେବା ମାତ୍ରେ ଚାଷୀ ଜଣଙ୍କ ପୋଲିସକୁ ଖବର ଦେଲେ।
ପୋଲିସ ହରିଣଟିକୁ ବନ ବିଭାଗକୁ ହସ୍ତାନ୍ତର କରିବାକୁ କିମ୍ୱା ଜଙ୍ଗଲରେ ଛାଡ଼ି ଦେବାକୁ କହିଥିଲା। ବିନ ବିଭାଗ ସହ ଯୋଗାଯୋଗ ହୋଇ ପାରିଲା ନାହିଁ, ଚାଷୀ ରାଜବୀର ହରିଣଟିକୁ ଜଙ୍ଗଲକୁ ନେଇ ସେଠାରେ ଛାଡ଼ି ଦେଇଥିଲେ।
କିନ୍ତୁ ତାପର ଦିନ ସେହି ହରିଣଟି ପୁଣି ଚାଷୀଙ୍କ ଘରକୁ ପଳାଇ ଆସିଥିଲା। ଏହାପରେ , ଚାଷୀ ଥରେ ନୁହେଁ ଦୁଇଥର ହରିଣଟିକୁ ଜଙ୍ଗଲରେ ଛାଡ଼ି ସାରିଛନ୍ତି ,କିନ୍ତୁ ଚାଷୀ ପରିବାର ଠାରୁ ଭଲ ପାଇବା ଯୋଗୁଁ , ହରିଣ ଛୁଆଟି ପ୍ରତ୍ୟେକ ଥର ତାଙ୍କ ଘରକୁ ଫେରି ଆସୁଛି।
ଚାଷୀଙ୍କ ଝିଅ ନୈନା ତାର ନାଁ ଚିକୁ ରଖିଛନ୍ତି। ତାଙ୍କ ଘରେ ଏହାକୁ ମୁକ୍ତ ଭାବେ ଛାଡ଼ି ଦେଇଛନ୍ତି। ହରିଣ ଛୁଆ ଚାଷୀ ପରିବାର ସହ ବୁଲି ଥାଏ। ବନ ଅଧିକାରୀ ସରଧନା କୁଳଦୀପ ସିଂହ କହିଛନ୍ତି ମାମଲା ନଜରକୁ ଆସିଛି। ଟିମ୍ ପଠାଯାଇଛି। ହରିଣର ଛୁଆକୁ ରେସ୍କ୍ୟୁ କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯିବ।