ବାଲିଆପାଳ: ସାପ କାମୁଡ଼ାକୁ ନେଇ ପୁଣି ଏକ ବଡ଼ ଖବର। ସାପ କାମୁଡ଼ାରେ ଏକ ୩ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କୁନିଝିଅକୁ କାମୁଡ଼ି ଦେଇଥିଲା।
ସୂଚନାନୁଯାୟୀ, ଏହି ଘରେ କେବଳ ଶିଶୁ କନ୍ୟାକୁ ନୁହେଁ ବିଷଧର ସାପ ଝିଅର ମାଆଙ୍କୁ ମଧ୍ୟ କାମୁଡ଼ିଦେଇଥିଲା। ଏଥିରେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଗୁରୁତର ମାଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲିଆପାଳ ଡୁମିଚକ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।