fbpx

ଖରାପ ପାଗ ଯୋଗୁଁ ଯାତ୍ରା ବନ୍ଦ ; କେଦାରନାଥରେ ତୁଷାରପାତ ଓ ଭୂସ୍ଖଳନ ଆଶଙ୍କା ଥିବାରୁ ଚାରିଧାମ ବନ୍ଦ, ଓଡିଆ ଭାଷାରେ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ : ଖରାପ ପାଗ ଯୋଗୁଁ ଚାରିଧାମ ଯାତ୍ରା ବନ୍ଦ କରାଯାଇଛି । ଭୂସ୍ଖଳନ ଆଶଙ୍କା ଥିବାରୁ ଭକ୍ତମାନଙ୍କ ସୁରକ୍ଷା ପାଇଁ ଏହି ଯାତ୍ରା ବନ୍ଦ କରାଯାଇଛି । କେଦାରନାଥ ଏବଂ ବଦ୍ରିନାଥରେ ଖରାପ ପାଗ ଯୋଗୁଁ ଶ୍ରୀନଗର ପୋଲିସ ଏହି ସତର୍କତାମୂଳକ ପଦକ୍ଷେପ ନେଇଛି। ଯାତ୍ରୀମାନଙ୍କର ଯେଭଳି କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ପାଗ ଠିକ୍ ହେଲେ ପରେ ଯାତ୍ରୀମାନଙ୍କୁ ଯାତ୍ରା ଜାରି ରଖିବାକୁ ନିବେଦନ କରାଯାଇଛି। ଏନେଇ ଉତ୍ତରାଖଣ୍ଡ ସରକାର ୯ଟି ଭାଷା ତାମିଲ, ମାଲାୟାଲମ୍, ତେଲୁଗୁ, କନ୍ନଡ, ବଙ୍ଗାଳୀ, ଗୁଜୁରାଟୀ, ପଞ୍ଜାବୀ, ମରାଠୀ ଏବଂ ଓଡିଆ ରେ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ପାହାଡ ଧସେଇ ଆସୁଥିବାରୁ ବଦ୍ରିନାଥ ରାଜପଥ ବନ୍ଦ ରହିଛି। ଦିଲ୍ଲୀ-ଏନସିଆର, ୟୁପି, ରାଜସ୍ଥାନ ସମେତ ଦେଶର ଅନ୍ୟ ରାଜ୍ୟରୁ ଚାର ଧାମକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ଅସୁବିଧା ମଧ୍ୟ ବୃଦ୍ଧି ପାଇଛି। କେଦାରନାଥ ଧାମରେ ଗତ ୧୨ ଦିନ ଧରି ତୁଷାରପାତ ଜାରି ରହିଛି । ଏପ୍ରିଲ ୩୦ ରୁ ଚାରି ଦିନ ଉତ୍ତରପ୍ରଦେଶରେ ପାଗ ଖରାପ ହେବ ଜ୍ଝ ଖରାପ ପାଗ ଉପରେ ମଧ୍ୟ ଏକ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରାଖଣ୍ଡର ଖରାପ ପାଗ ଯୋଗୁଁ ତୀର୍ଥଯାତ୍ରୀମାନେ ବର୍ଷା ଓ ତୁଷାରପାତ ପରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନାଯୋଗ୍ୟ, ୨୫ ଏପ୍ରିଲରେ କେଦାରନାଥ ଧାମର ଦ୍ୱାର ଖୋଲା ଯାଇଥିଲା ଜ୍ଝ ୨୭ ଏପ୍ରିଲରେ ବଦ୍ରିନାଥ ଏବଂ ଏପ୍ରିଲ୍ ୨୨ ରେ ଗଙ୍ଗୋତ୍ରୀ-ଯମୁନୋତ୍ରୀ ଧାମର ଦ୍ୱାର ଦର୍ଶନ ପାଇଁ ଖୋଲା ଯାଇଥିଲା ଜ୍ଝ

Get real time updates directly on you device, subscribe now.