fbpx

ଏନିଗ୍ମା ମିସେସ୍ ୟୁନିଭର୍ସ ହେଲେ ବଡ଼ବିଲର ବୋହୂ ଅଗମପ୍ରୀତ୍ ସିନ୍ଧୁ: ସମ୍ବର୍ଦ୍ଧନା ଦେଲେ ବଡ଼ବିଲ ବାସୀ 

କେନ୍ଦୁଝର: ଏନିଗମା ମିସେସ ୟୁନିଭର୍ସର ମୁକୁଟ ଜିଣିଛନ୍ତି କେନ୍ଦୁଝର ବଡ଼ବିଲର ଅଗମପ୍ରୀତ ସିଦ୍ଧୁ । କେନ୍ଦୁଝର ଜିଲ୍ଲା ବଡ଼ବିଲ କୁ ମିଳିଛି ପୁଣି ଏକ ଗୌରବ, ଆଉ ଏହି ଗୌରବ ଆଣିଛନ୍ତି ବଡ଼ବିଲର ଝିଅ ତଥା ବଡ଼ବିଲ ସହରର ବୋହୁ ଅଗମପ୍ରୀତ। ଗତ ୧୯ ତାରିଖରେ ଥାଇଲାଣ୍ଡରେ ଆୟୋଜିତ ମିସେସ ୟୁନିଭର୍ସ ପ୍ରତିଯୋଗୀତାରେ ଭାଗ ନେଇ ୨୦୨୨ ର ମୁକୁଟ ହାସଲ କରିଛନ୍ତି ଅଗମପ୍ରୀତ ସିଧୁ।

ଏନିଗମା ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ ଥାଇଲାଣ୍ଡର ପଟାୟାରେ ଆୟୋଜିତ ମିସ ଓ ମିସେସ ୟୁନିଭର୍ସ ପ୍ରତିଯୋଗୀତା କରାଯାଇଥିଲା। ଯେଉଁଥିରେ ପ୍ରାୟ ବିଭିନ୍ନ ଦେଶର ୨୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ତେବେ ଭାରତ କୁ ପ୍ରତିନିଧିତ୍ୱ କରି ଅଗମପ୍ରୀତ ଏହି ବିରଳ ସଫଳତା ହାସଲ କରିଛନ୍ତି।ଆଜି ଆଗମପ୍ରୀତ ବଡ଼ବିଲ ରେଳ ଷ୍ଟେସନରେ ପହଁଚିବା ପରେ ଶତାଧିକ ସ୍ଥାନୀୟ ଲୋକ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।ଅଗାମୀ ସମୟରେ ସ୍ଥାନୀୟ ମହିଳା ମାନଙ୍କ ବିକାଶ ନିମନ୍ତେ କାର୍ୟ୍ୟ ନିରନ୍ତର କରିବେ ବୋଲି ଆଗମପ୍ରୀତ କହିଛନ୍ତି।

Get real time updates directly on you device, subscribe now.