fbpx

Commonwealth Games: ସିନ୍ଧୁ ,ଶ୍ରୀକାନ୍ତଙ୍କ ଦମଦାର ପ୍ରଦର୍ଶନ ପାକିସ୍ତାନକୁ ୫-୦ରେ ପରାସ୍ତ କଲା ଭାରତ

ବମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ଦଳ । ଗ୍ରୁପ ଏ’ ମିକ୍ସଡ ଟିମ ଇଭେଣ୍ଟର ପ୍ରଥମ ମ୍ୟାଚରେ ଭାରତ ୩-୦ରେ ପାକିସ୍ତାନକୁ ପରାସ୍ତ କରିଛି । ଗତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମକ ଦେଖାଇ ଥିବା ଭାରତୀୟ ମହିଳା ତାରକା ପିଭି ସିନ୍ଧୁ ଓ ପୁରୁଷ ତାରକା କିଦାମ୍ବୀ ଶ୍ରୀକାନ୍ତ ସିଙ୍ଗଲ୍ସ ମ୍ୟାଚରେ ବିଜୟୀ ହୋଇ ଥିବା ବେଳେ ମିକ୍ସଡ ଡବଲ୍ସ ମୁକାବିଲାରେ ଭାରତୀୟ ଯୋଡି ପି ସୁମିତ ରେଡ୍ଡୀ ଓ ଅଶ୍ୱିନି ପୁନ୍ନପ୍ପାଙ୍କ ସଫଳତାକୁ ଆଧାର କରି ପାକିସ୍ତାନକୁ ପ୍ରଥମ ମ୍ୟାଚରେ ୩-୦ରେ ପରାସ୍ତ କରିଛି ଭାରତ ।

ଶ୍ରୀକାନ୍ତ ପ୍ରଥମ ସିଙ୍ଗଲ୍ସ ମ୍ୟାଚରେ ପାକିସ୍ତାନର ମୁରାଦ ଅଲିଙ୍କୁ ୨୧-୭,୨୧-୧୨ରେ ପରାସ୍ତ କରି ଥିବା ବେଳେ ଭାରତୀୟ ଡବଲ୍ସ ଯୋଡି ପି ସୁମିତ ରେଡ୍ଡୀ ଓ ଅଶ୍ୱିନି ପୁନ୍ନପ୍ପା୨୧-୯,୨୧-୧୨ରେ ପାକିସ୍ତାନ ଯୋଡି ମହମଦ ଇର୍ଫାନ ସୟେଦ ଭାଟ୍ଟି ଓ ଘାଜାଲା ସିଦିକଙ୍କୁ ହରାଇଛନ୍ତି । ସେହିପରି ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ ମ୍ୟାଚରେ ପାକିସ୍ତାନର ମାହୁର ଶାହଜାଦଙ୍କୁ ୨୧-୭,୨୧-୬ରେ ହରାଇଛନ୍ତି । ସେହିପରି ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ପାକିସ୍ତାନ ଯୋଡି ମୁରାଦ ଅଲି ଓ ମହମଦ ଇର୍ଫାନଙ୍କ ବିପକ୍ଷରେ ୨୧-୧୨,୨୧-୯ରେ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.