fbpx

ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା: SRC କଣ୍ଟ୍ରୋଲ ରୁମ୍ ଯାଇ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ସ୍ଥିତି ଅତି ଭୟଙ୍କର ଅଛି। ଘଟଣା ସ୍ଥଳରେ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ NDRF ଟିମ୍ ମଧ୍ୟ ପଠା ଯାଇଛି। ରେଳବାଇ ପୁଲିସ ସହ ସ୍ଥାନୀୟ ସୋର ଓ ବାହାନଗା ପୁଲିସ ତଥା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏହାରି ମଧ୍ୟରେ ଖବର ଆସିଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ SRC କଣ୍ଟ୍ରୋଲ ରୁମ୍ ଯାଇ ନିଜେ ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି। ଏହା ସହିତ ସୂଚନା ମିଳିଛି ଯେ ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ଘଟଣା ସ୍ଥଳକୁ ଯିବେ ଏବଂ ସ୍ଥିତି ଅନୁଧ୍ୟାନ କରିବେ।

ବାହାନଗା ଠାରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ବାହାନଗା ନିକଟରେ ପ୍ରଥମେ କରମଣ୍ଡଳ ଲାଇନଚ୍ୟୁତ ହୋଇଥିଲା ବେଳେ ଏହା ପଛକୁ କିଛି ସମୟ ପରେ ସେହିବାଟେ ଆସୁଥିବା ଏକ୍ସପ୍ରେସ ଧକ୍କା ହୋଇଥିଲା। ଟ୍ରେନ୍‌ ତେଳେ ବର୍ତ୍ତମାନ ସୁଦ୍ଧା ଅନେକ ଯାତ୍ରୀ ଚାପି ହୋଇରହିଛନ୍ତି। ଶତାଧିକ ଲୋକେ ଆହତ ହୋଇଥିବା ଆଶଙ୍କା କରାଯାଉଛି।

Get real time updates directly on you device, subscribe now.