ପାଟନା,୬l୧: ବିନା ସର୍ତ୍ତରେ ଜନ ସୁରଜ ପାର୍ଟିର ମୁଖ୍ୟ ତଥା ନିର୍ବାଚନ ରଣନୀତିଜ୍ଞ କିଶୋର କୁମାରଙ୍କୁ ସୋମବାର ସନ୍ଧ୍ୟାରେ ଜାମିନ ମିଳିଛି । ବେଲ ବଣ୍ଡ ଭରିବା ପାଇଁ ପୂର୍ବରୁ ସେ ମନା କରି ଦେଇଥିଲେ । ପରେ ପ୍ରଶାନ୍ତ କିଶୋରଙ୍କୁ ବେଉର ଜେଲରୁ ଜାମିନ ମିଳିଛି । ପୋଲିସ ପ୍ରଶାନ୍ତ କିଶୋରଙ୍କୁ ବେଉର ଜେଲରୁ ବାହାର କରି ଥାନାକୁ ନେଇ ପରେ ଛାଡି ଦେଇଛି ଏହା ପୂର୍ଵରୁ ସେ ଜାମିନ ନେବାକୁ ମନା କରି ଦେଇଥିବାରୁ ତାଙ୍କୁ ବେଉର ଜେଲକୁ ପଠାଇ ଦିଆ ଯାଇଥିଲା ।
ବାସ୍ତବରେ ପାଟନା ପୋଲିସ ପ୍ରଶାନ୍ତ କିଶୋରଙ୍କୁ ବେଉର ଜେଲକୁ ନେଇଥିଲା, ଯେଉଁଠାରେ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯିବ। ଅଦାଲତ ଦ୍ୱାରା ପ୍ରଶାନ୍ତ କିଶୋରଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା, କିନ୍ତୁ ହଠାତ୍ କିଛି ସମୟ ମଧ୍ୟରେ ପୋଲିସ ତାଙ୍କୁ ବେଉର ଜେଲରୁ ଥାନାକୁ ଆଣିଥିଲା ଏବଂ ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା ।
ସୂଚନାଯୋଗ୍ୟ, ବିପିଏସ୍ପି ପରୀକ୍ଷା ବାତିଲ କରିବା ଦାବିରେ ଜାନୁଆରୀ ୨ରୁ କିଶୋର କୁମାର ଅନଶନରେ ବସିଥିବାବେଳେ ଆଜି ଭୋର୍ ୪ଟାରୁ ପୋଲିସ ତାଙ୍କୁ ଉଠାଇନେଇଥିଲା। ପରେ ସକାଳେ ଗିରଫ କରିଥିଲା ।