ବର୍ମିଂହାମ: ଭାରତ ବିପକ୍ଷ ପଞ୍ଚମ ଟେଷ୍ଟରେ ବିଜୟ ପରେ ଏହାର ଗୁମର ଖୋଲିଛନ୍ତି ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ । ଦମଦାର ବ୍ୟାଟିଂ କରି ମ୍ୟାଚ ନିଜ ନାମରେ କରିବା ପରେ ଏବେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଏହାର କାରଣ ସାମନାକୁ ଆଣିଛନ୍ତି । କରୋନା ଯୋଗୁଁ କେଳାଳିମାନଙ୍କ ଉପରେ ଥିବା ବାୟୋ ବବଲ ହଟିଯିବାରୁ ଏହା ସମ୍ଭବ ହୋଇ ପାରୁଛି ବୋଲି ସେ କହିଛନ୍ତି । ସେହିପରି ଦଳରେ ଜଣେ ସ୍ପେଶାଲ ବ୍ୟକ୍ତିଙ୍କ ଏଣ୍ଟ୍ରି ଟିମକୁ ଆହୁରି ମଜବୁତ କରିଥିବା କହିଛନ୍ତି ବେୟାରଷ୍ଟୋ ।
ଗତ ୫ଟି ମ୍ୟାଚରେ ଜବରଦସ୍ତ ପାଳି ଖେଳି ଟିମ ପାଇଁ ମ୍ୟାଚ ୱିନର ପାଲଟିଛନ୍ତି ଇଂଲଣ୍ଡର ଜନି ବେୟାରଷ୍ଟୋ । ଏହା ବ୍ୟତୀତ ଭାରତ ବିପକ୍ଷରେ ଉଭୟ ଇନିଂସରେ ତାଙ୍କର ବ୍ୟାଟ ଗର୍ଜିଥିଲା । ତେବେ ଏହାର ଗୁମର ଖୋଲିଛନ୍ତି ନିଜେ ବେୟାରଷ୍ଟୋ । କରୋନା ଯୋଗୁଁ ଲାଗୁ ହୋଇଥିବା ବାୟୋ ବବଲରୁ ମୁକ୍ତ ହେବା ପରେ ଖେଳାଳିମାନଙ୍କର ଏମିତି ପ୍ରଦର୍ଶନ ହେଉଥିବା ସେ କହିଛନ୍ତି । ବାୟୋ ବବଲରୁ ସ୍ୱାଧୀନ ହେବା ପରେ ଏହାର ଫଳ ଏବେ ଆମ ସାମନାରେ ରହିଛି । ଏବେ ସାଧାରଣ ଜୀବନଯାପନ କରୁଛନ୍ତି ଖେଳାଳି । ପୂର୍ବ ଭଳି ଏକ ହୋଟେଲ ବନ୍ଦୀ ହୋଇ ରହି ନାହାନ୍ତି । ଯାହାର ଫାଇଦା ଟିମକୁ ମିଳିଛି ।
ଏହା ସହିତ ଟିମର ନୂଆ କୋଚ ବ୍ରେଣ୍ଡନ ମ୍ୟାକୁଲମଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି । ତାଙ୍କ ଉପସ୍ଥିତି ଦଳ ପାଇଁ ଏକ ନୂଆ ଜାଗରଣ ସୃଷ୍ଟି କରିଛି ଯାହାର ଫଳ ଇଂଲଣ୍ଡକୁ ମିଳୁଛି । ଟିମରେ ମ୍ୟାକୁଲମଙ୍କ ଏଣ୍ଟ୍ରି ପରେ ଦଳ ଲଗାତାର ୪ଟି ମ୍ୟାଚରେ ଆକ୍ରମକ ବ୍ୟାଟିଂ କରି ବିଜୟୀ ହୋଇଛି । ତେବେ ଆଇପିଏଲରେ ଖେଳିବା ସହ ଟେଷ୍ଟ ଟିମରେ ସ୍ଥାନ ପାଇବା ନେଇ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ବେୟାରଷ୍ଟୋ ।