fbpx

ଦେଶର ୨୦ଟି ସହରରେ ମିଳିବ Bajaj Chetak ଇଲେକ୍ଟ୍ରିକ୍ ସ୍କୁଟର: ଦେଖନ୍ତୁ ଲିଷ୍ଟରେ ଓଡ଼ିଶାର ସହରର ନାମ ଅଛି କି ନା

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଇଲେକ୍ଟ୍ରିକ୍ ସ୍କୁଟରର ଚାହିଦା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବଜାର ଅଟୋ ନିଜର ଇଲେକ୍ଟ୍ରିକ୍ ସ୍କୁଟର ବଜାଜ୍ ଚେତକର ନେଟୱାର୍କକୁ ବଢ଼ାଇଛି । ଏବେ କମ୍ପାନୀ ସ୍କୁଟରକୁ ଦେଶର ୨୦ଟି ସହରରେ ଉପଲବ୍ଧ କରାଇବ । ବଜାଜ୍ ସ୍କୁଟର ପାଇଁ ଏହି ସମସ୍ତ ସହରମାନଙ୍କରେ ୨ ହଜାର ଟଙ୍କାରେ ଅନଲାଇନରେ ବୁକିଂ କରିହେବ ।

ଦିଲ୍ଲୀ ଓ ମୁମ୍ବାଇ ବର୍ତ୍ତମାନର ଦେଶର ଇଲେକ୍ଟ୍ରିକ୍ ସ୍କୁଟରର ସବୁଠାରୁ ବଡ଼ ବଜାର । ଗତ ୨୦୨୧ରେ ଏହା ୮ଟି ସହରରେ ଉପଲବ୍ଧ ହେଉଥିବା ବେଳେ ଏବେ ୨୦୨୨ରେ ଆଉ ୧୨ଟି ସହରରେ ମିଳିବ । ଏବେ କୋଏମ୍ବାଟୁର, ମଦୁରେଇ, କୋଚି, କୋଝିକୋଡେ, ହୁବଲୀ, ବିଶାଖାପଟନମ, ନାସିକ, ବସଇ, ସୁରତ, ଦିଲ୍ଲୀ, ମୁମ୍ବାଇ ଓ ମାପୁସା ପରି ସହରର ନାମ ସାମିଲ ହୋଇଛି । କମ୍ପାନୀ ବଜାଜ ଚେତକର ଉତ୍ପାଦନ ବୃଦ୍ଧି ପାଇଁ ନିକଟରେ ପୁଣେର ଚାକନରେ ୩୦୦ କୋଟିର ନିବେଶ କରିଛି ।

ବଜାଜର ଇଲେକ୍ଟ୍ରିକ୍ ସ୍କୁଟର ବଜାଜ ଚେତକ ଏକ ଅଲ ମେଟଲ ବଡି ଇଲେକ୍ଟ୍ରିକ୍ ସ୍କୁଟର ହୋଇଥିବା ବେଳେ ୬୦ ମିନିଟରେ ଏହା ୨୫ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଥାଏ । ସମ୍ପୂର୍ଣ୍ଣ ଚାର୍ଜ ହେବା ପାଇଁ ଏହା ୫ ଘଣ୍ଟା ସମୟ ନେଇଥାଏ । ସିଙ୍ଗଲ ଚାର୍ଜରେ ଏହି ସ୍କୁଟର ଇକୋ ମୋଡ଼ରେ ୯୦ କିମି ପର୍ଯ୍ୟନ୍ତ ଚାଲିଥାଏ । ବଜାଜ ଚେତକ ବର୍ତ୍ତମାନ ଇଣ୍ଡିଗୋ ମେଟାଲିକ, ବେଲୁଟୋ ରୋସୋ, ବ୍ରୁକଲିନ ଓ ହେଜଲନଟ ପରି ୪ଟି ରଙ୍ଗର ଆସୁଛି । କମ୍ପାନୀ ପକ୍ଷରୁ ୩ ବର୍ଷ କିମ୍ବା ୫୦ ହଜାର କିମି ପର୍ଯ୍ୟନ୍ତ ବ୍ୟାଟେରି ୱାରେଣ୍ଟି ଦିଆଯାଉଛି । ଏହାର ଦାମ ୧.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।

Get real time updates directly on you device, subscribe now.