Social Media ଉପରେ ଲାଗିଲା ବ୍ୟାନ… ମେଟା ଆଣିଲା ନୂଆ ନିୟମ, ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ମେଟାର ନୂଆ ନିୟମ, ଆଉ ଚଳାଇପାରିବେନି ଫେସବୁକ୍-ଇନଷ୍ଟାଗ୍ରାମ! ଦରକାର ହେବ ବାପା-ମାଙ୍କ ଅନୁମତି
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆ ନିଶାରେ ଏବେ ଲାଗିବ ରୋକ । ଏଥିରୁ ବ୍ୟାପୁଥିବା ବିଭିନ୍ନ ସମସ୍ୟାରୁ ଦୂରେଇ ରକିବାକୁ ବଡ଼ ନିଷ୍ପତ୍ତି ନେଇଛି ମେଟା । ଫେସବୁକ, ଇନଷ୍ଟାଗ୍ରାମ ଏବଂ ସ୍ନାପ୍ ଚାଟ୍ ଭଳି ବିଭିନ୍ନ ସୋସିଆଲ ମିଡିଆରେ ପିଲାମାନଙ୍କୁ ମିଳିବନି ଏଣ୍ଟ୍ରି ।
ପିଲାମାନେ ଆଉ ଧରିପାରିବେନି ମୋବାଇଲ ଫୋନ, ଚଲାଇ ପାରିବେନି ସୋସିଆଲ ମିଡିଆ । ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବାକୁ ହେଲେ ନେବାକୁ ପଡିବା ବାପା ମାଆଙ୍କର ଅନୁମତି । ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିବ କଟକଣା ।
ଏଣିକି ସାମାଜିକ ଗଣମାଧ୍ୟମରେ ଆକାଉଣ୍ଟ ଖୋଲିବାକୁ ଦରକାର ହେବ ଅଭିଭାବକଙ୍କ ଅନୁମତି । ଅଭିଭାବକମାନେ ଅନୁମତି ଦେଇଛନ୍ତି କି ନାହିଁ ସେ ସମ୍ପର୍କରେ ମଧ୍ୟ ଯାଞ୍ଚ ହେବ ।
ଆସିଲା ନୂଆ ନିୟମ: ପ୍ରାୟ ୪୧ ମାସ ପୂର୍ବରୁ ଡିଜିଟାଲ ଡାଟା ସିକ୍ୟୁରିଟି ବିଲ୍ ୨୦୨୩ କୁ ସଂସଦ ଅନୁମୋଦନ କରିଥିଲା, ଯାହା ପରେ ଏହି ଡ୍ରାଫ୍ଟ ନିୟମାବଳୀ ଜାରି କରାଯାଇଛି । ତେବେ ଶିକ୍ଷାନୁଷ୍ଠାନ ଓ ଶିଶୁ କଲ୍ୟାଣ ସଂଗଠନକୁ ଏହି ନିୟମରୁ ବାଦ ଦିଆଯାଇଛି ।
୧୮ ବର୍ଷରୁ କମ୍ ପିଲାଙ୍କ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ କଟକଣା ଜାରି ପାଇଁ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଅଧିନିୟମ, ୨୦୨୩ରେ ସଂଶୋଧନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ନାଗରିକଙ୍କ ମତାମତ ଲୋଡା ଯାଇଛି ।
ମେଟାର ବଡ଼ ପଦକ୍ଷେପ: ୨୦୨୫ ମସିହା ଫେବୃୟାରୀ ୧୮ ତାରିଖ ପର୍ଯ୍ୟନ୍ତ ଲୋକେ ନିଜର ମତାମତ ଦେଇପାରିବେ । ଫେବୃଆରୀ ୨୮ ତାରିଖ ପରେ ଲୋକଙ୍କ ପରାମର୍ଶ ଉପରେ ବିଚାର କରାଯିବ । ଏଥିରେ ଇ-କମର୍ସର ମଧ୍ୟ ସଂଜ୍ଞା ନିର୍ଧାରଣ କରାଯାଇଛି ।
ଅନଲାଇନ୍ ଗେମିଂରେ ମଧ୍ୟସ୍ଥ ସଂସ୍ଥାର ମଧ୍ୟ ସଂଜ୍ଞା ଧାର୍ୟ୍ୟ କରାଯାଇଛି । ଅଷ୍ଟ୍ରେଲିଆ ସରକାର ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ବ୍ୟାନ କରିଥିବା ବେଳେ ଏହି ପଦକ୍ଷେପକୁ ବେଶ ସ୍ୱାଗତ କରାଯାଇଥିଲା ।
ନ ମାନିଲେ କାର୍ଯ୍ୟାନୁଷ୍ଠାନ: ଏହି ଚିଠା ଆଇନରେ ପିଲାମାନଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷା ପାଇଁ କଠୋର ପଦକ୍ଷେପ ଆପଣାଇବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି ।
ଏହି ଆଇନର ଉଲ୍ଲଂଘନ କଲେ କମ୍ପାନିକୁ ୨୫୦ କୋଟି ଟଙ୍କା ପର୍ୟ୍ୟନ୍ତ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ । ଶିଶୁ ଓ ଦିବ୍ୟାଙ୍ଗମାନଙ୍କ ତଥ୍ୟ ପ୍ରକ୍ରିୟାକରଣ ପୂର୍ବରୁ ଅଭିଭାବକଙ୍କ ଅନୁମତି ନେବାକୁ ଚିଠା ଆଇନରେ ବ୍ୟବସ୍ଥା କରାଯାଇଛି ।