fbpx

ଖାଲି ପେଟରେ କଦଳୀ ଖାଉଥିଲେ ହେଇଯାଆନ୍ତୁ ସାବଧାନ: ଶରୀରରେ ଦେଖା ଦେବ ହୃଦ୍‌ ସମସ୍ୟା , ଜାଣନ୍ତୁ ଖାଇବାର ଠିକ୍‌ ଉପାୟ ଏବଂ ସମୟ…

Advertisement

ନୂଆଦିଲ୍ଲୀ: କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଶରୀରରେ କ୍ଷୁଧା ନିବାରଣ କରିଥାଏ ଏବଂ ଚର୍ବି କମ୍‌ କରିଥାଏ । କାରଣ ଏଥିରେ ସ୍ୱାସ୍ଥ୍ୟକର ଫ୍ୟାଟ୍‌ ଥାଏ ଯାହା ଆମ ଶରୀରରେ ଜମିନଥାଏ ଏବଂ ଓଜନ ବଢ଼ାଇଥାଏ କିନ୍ତୁ ମେଦବହୁଳତାକୁ କମ୍‌ କରିଥାଏ । ବାସ୍‌ ଏହାକୁ ଖାଇବାର ଠିକ୍‌ ଉପାୟ ଏବଂ ସମୟ ଜଣାଥିବା ଆବଶ୍ୟକ । ଅଧିକାଂଶ ଲୋକେ ସକାଳେ ଅଫିସ ଯିବା ଜଲ୍‌ଦିରେ ଖାଲି ପେଟରେ କଦଳୀ ଖାଇ ଦେଇଥାନ୍ତି । ବିଶେଷଜ୍ଞଙ୍କ ମତରେ ଖାଲି ପେଟରେ କଦଳୀ ଖାଇବା ଅନୁଚିତ୍‌ । ଏହା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ ।

କଦଳୀରେ ପୋଟାସିୟମ୍‌ ଫାଇବର ଏବଂ ମ୍ୟାଗ୍ନେସିୟମ୍‌ ଭରପୂର ମାତ୍ରାରେ ଥାଏ କିନ୍ତୁ ଏହାସହ କଦଳୀ ଏସିଡଯୁକ୍ତ ହୋଇଥାଏ ଏବଂ ବିଶେଷଜ୍ଞମାନେ କହିଥାନ୍ତି ଯେ, ଖାଲି ପେଟରେ ଏସିଡ୍‌ଯୁକ୍ତ ଖାଦ୍ୟ ପଦାର୍ଥ ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ । ଏଥିାଇଁ ଖାଲି ପେଟରେ ଜମା କଦଳୀ ଖାଆନ୍ତୁ ନାହିଁ । କଦଳୀରେ ପୋଟାସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଅଧିକ ମାତ୍ରାରେ ଥାଏ ଏଥିାଇଁ ଯଦି ଖାଲି ପେଟରେ ଏହା ସେବନ କରାଯାଏ ତେବେ ରକ୍ତରେ ଏହି ଦୁଇଟି ପୋଷକ ତତ୍ୱର ବହୁଳତା ହୋଇପାରେ, ଯାହା ଦ୍ୱାରା ହୃଦ୍‌ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ । ଏଥିାଇଁ ଖାଲି ପେଟରେ କଦଳୀ ଖାଇବା ପୂର୍ବରୁ ଥରେ ଭଲ ଭାବେ ବିଚାର କରି ନିଅନ୍ତୁ ।

ଯଦି ଆପଣ ଭାବୁଛନ୍ତି ଯେ, କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ଦିନସାରା ଶକ୍ତି ମିଳିବ ତେବେ ଆପଣ ଠିକ୍‌ ଭାବୁଛନ୍ତି କିନ୍ତୁ ଖାଲି ପେଟରେ ଖାଇବା ଅନୁଚିତ୍‌ । କାରଣ ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ତୁରନ୍ତ ଶକ୍ତି ମିଳିବ କିନ୍ତୁ ଏହା ଅସ୍ଥାୟୀ ହେବ । ଆପଣଙ୍କୁ ଖୁବ୍‌ଶୀଘ୍ର ଥକ୍କାପଣ ଏବଂ ଆଳସୀ ଅନୁଭବ ହେବ ଏବଂ ପୁଣି ଥରେ ଭୋକ ଲାଗିବ । ଏହାପରେ ଆପଣଙ୍କୁ ଓଭରଇଟିଂ ସମସ୍ୟା ମଧ୍ୟ ହୋଇପାରେ । ଏଥିାଇଁ ଭଲ ହେବ ଯେ, ଆପଣ ସକାଳେ ଜଳଖିଆରେ କଦଳୀ ସାମିଲ କରନ୍ତୁ, କିନ୍ତୁ ଖାଲି ପେଟରେ ଜମା ଖାଆନ୍ତୁ ନାହିଁ ।

Get real time updates directly on you device, subscribe now.