fbpx

ବାଂଲାଦେଶରେ ଦୁର୍ଗାପୂଜା ପାଳନ ବେଳେ ସୁରକ୍ଷା ପ୍ରତି ବିପଦ ନାହିଁ କହିଲେ ବାଂଲାଦେଶ IG

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ଦୁର୍ଗାପୂଜାରେ କୌଣସି ସୁରକ୍ଷା ବିପଦ ନାହିଁ ବୋଲି ବାଂଲାଦେଶ ପୋଲିସ କହିଛି । ବାଂଲାଦେଶର ପୁଲିସ ମହାନିରୀକ୍ଷକ (ଆଇଜି) ମୋଇନୁଲ ଇସଲାମ ଗୁରୁବାର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆଗାମୀ ଦୁର୍ଗାପୂଜା ଅବସରରେ କୌଣସି ସୁରକ୍ଷା ବିପଦ ନାହିଁ । ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଲୋକମାନେ ସେମାନଙ୍କ ଧାର୍ମିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ନିରାପତ୍ତା ସହ ପରିଚାଳନା କରିବେ ଏବଂ ପୋଲିସ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରିବ ବୋଲି ଆଇଜି ପି କହିଛନ୍ତି ।

ଆଇଜିପି କହିଛନ୍ତି ଯେ ଏହି ଦେଶରେ ଦୁର୍ଗାପୂଜା ପର୍ବ ସର୍ବଦା ଶାନ୍ତିପୂର୍ଣ୍ଣ ଢଙ୍ଗରେ ପାଳନ ହୋଇଆସୁଛି ଏବଂ ଏଥର ମଧ୍ୟ ସମାନ ରହିବ । ଯଦିଓ କୌଣସି ପ୍ରକାରଆକ୍ରମଣର ଆଶଙ୍କା ନାହିଁ ତଥାପି ପୁଲିସ ସମ୍ପୂର୍ଣ୍ଣ ସତର୍କ ରହିବ ବୋଲି ସେ କହିଛନ୍ତି । ଆଇଜିପି କହିଛନ୍ତି, ଆମେ ସୁରକ୍ଷାକୁ ନେଇ ଆପୋଷ ବୁଝାମଣା କରିବାକୁ ଚାହୁଁନାହୁଁ ।

Get real time updates directly on you device, subscribe now.