fbpx

ପାକିସ୍ତାନ ଓ ଶ୍ରୀଲଙ୍କାର ଆର୍ଥିକ ସଙ୍କଟ କଥା ଛାଡ଼ନ୍ତୁ: ଖୁବଶୀଘ୍ର ଦେବାଳିଆ ହେବାକୁ ଯାଉଛି ବାଂଲାଦେଶ

Advertisement

ନୂଆଦିଲ୍ଲୀ: ଏସିଆ ମହାଦେଶକୁ ଘାରିଛି ଶନିଦଶା । ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଓ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ଏହି ଜାଲରେ ଛନ୍ଦି ହୋଇଛି ଆଉ ଏକ ଦେଶ । ବିଶ୍ୱ ବଜାରର ନକାରାତ୍ମକ ସ୍ଥିତିର ପ୍ରଭାବ ବାଂଲାଦେଶ ଉପରେ ପଡ଼ିଛି । ଦେଶରେ ବେଳକୁ ବେଳ ଆମଦାନୀ ଖର୍ଚ୍ଚ ବୃଦ୍ଧି ପାଇପାରେ ଲାଗିଛି । ଫଳରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ନିମ୍ନସ୍ତର ଆଡ଼କୁ ଗତି କରୁଛି । ତେବେ ଦେଶକୁ ଘୋର ଆର୍ଥିକ ସଙ୍କଟରୁ ବଞ୍ଚାଇବା ପାଇଁ ସରକାର ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।

ଅନ୍ତର୍ଜାତୀୟ ବଜାରରେ ଆବଶ୍ୟକ ବସ୍ତୁ, କଞ୍ଚାମାଲ, ଇନ୍ଧନର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଫଳରେ ଏହାର ସିଧାସଳଖ ପ୍ରଭାବ ବାଂଲାଦେଶ ଉପରେ ପଡ଼ିଛି । ମାର୍ଚ୍ଚରୁ ଜୁଲାଇ ମାସ ମଧ୍ୟରେ ବାଂଲାଦେଶରେ ଆମଦାନୀ ଖର୍ଚ୍ଚ ୪୪ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ତେବେ ବାଂଲାଦେଶରେ ବର୍ତ୍ତମାନ ସମୟରେ ଯେଉଁପରି ଭାବେ ଆମଦାନୀ ଖର୍ଚ୍ଚ ବଢ଼ୁଛି, ସମାନୁପାତ ଭାବେ ରପ୍ତାନୀ ବୃଦ୍ଧି ପାଉ ନାହିଁ । ଦିନକୁ ଦିନ ବେପାର ଘାଟା ବୃଦ୍ଧି ହେବା ସହ ଏହାର ପ୍ରଭାବ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ପଡ଼ୁଛି ।

ବାଂଲାଦେଶରେ ବର୍ତ୍ତମାନ ଯେତିକି ବିଦେଶୀ ମୁଦ୍ରା ମହଜୁଦ ରହିଛି, ତାହା ଆସନ୍ତା ପାଞ୍ଚ ମାସ ପର୍ଯ୍ୟନ୍ତ ଆମଦାନୀ ଖର୍ଚ୍ଚ ତୁଲାଇ ପାରିବ । ଯଦି ବିଶ୍ୱ ବଜାରରେ ପୁଣି ଥରେ ମୂଲ୍ୟ ବୃଦ୍ଧି ହୁଏ, ତେବେ ଦେଶରେ ଆମଦାନୀ ଖର୍ଚ୍ଚ ପୁନର୍ବାର ବୃଦ୍ଧି ହେବ ଓ ମୁଦ୍ରା ଭଣ୍ଡାର ଏହି ଅବଧି ମଧ୍ୟରେ ସମାପ୍ତ ହୋଇଯିବ । ଏବେ ବାଂଲାଦେଶ ନିକଟରେ ୪୨ ଅରବ ଆମେରିକୀୟ ଡଲାରର ବିଦେଶୀ ମୁଦ୍ରା ଭଣ୍ଡାର ରହିଛି । ତେଣୁ ବିଦେଶୀ ମୁଦ୍ରା ଭଣ୍ଡାର ଠିକ୍ ଭାବେ ଗଣତି କରିବାକୁ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପକ୍ଷରୁ ଲଗାତର ଚାପ ପଡ଼ୁଛି ।

Get real time updates directly on you device, subscribe now.