fbpx

ମେ’ ମାସରେ ଅଧାଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଆରବିଆଇର ଛୁଟି ଲିଷ୍ଟ୍

ନୂଆଦିଲ୍ଲୀ: ଏପ୍ରିଲ ମାସ ଶେଷ ହେବାକୁ ଯାଉଛି ଓ ଆଉ ଗୋଟିଏ ଦିନ ପରେ ମେ’ ମାସ ଆରମ୍ଭ ହୋଇଯିବ । ମେ’ ମାସରେ ଯଦି ଆପଣଙ୍କର ବ୍ୟାଙ୍କ ସହ ଜଡ଼ିତ କିଛି କାମ ଅଛି, ତେବେ ଛୁଟି ଲିଷ୍ଟ ଅବଶ୍ୟ ଦେଖନ୍ତୁ । ଫଳରେ ଆପଣଙ୍କୁ କିଛି ସମସ୍ୟା ହେବନାହିଁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେ’ ୨୦୨୨ର ଛୁଟି ତାଲିକା ଜାରି କରିଛି ।

ଆରବିଆଇ କ୍ୟାଲେଣ୍ଡର ଅନୁସାରେ ମେ’ ମାସ ଆରମ୍ଭରେ ଲଗାତର ୪ଦିନ ବ୍ୟାଙ୍କ ଛୁଟି ରହିବ । ଏହି ଛୁଟି ରାଜ୍ୟ ଏବଂ ସେଠାକାର ପର୍ବପର୍ବାଣୀ ହିସାହରେ ଅଲଗା ଅଲଗା ହୋଇପାରେ । ବ୍ୟାଙ୍କର ଛୁଟି ତାଲିକା ଆରବିଆଇ ତରଫରୁ ୪ଟି ଆଧାରରେ ଜାରି କରାଯାଇଥାଏ । ଏହି ତାଲିକା ଦେଶବ୍ୟାପୀ ପାଳନ ହେଉଥିବା ପର୍ବପର୍ବାଣୀ ଏବଂ ରାଜ୍ୟ ହିସାବରେ ହୋଇଥାଏ ।

ରାଷ୍ଟ୍ରୀୟ ଛୁଟି ବ୍ୟତୀତ ରାଜ୍ୟ ହିସାବରେ କିଛି ଛୁଟି ରହିଥାଏ । ରିପୋର୍ଟ ଅନୁସାରେ ମେ’ ମାସରେ ଅଲଗା ଅଲଗା ଜୋନ୍ରେ ମୋଟ୍ ୩୧ ଦିନରୁ ୧୩ଦିନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଛି ଯେ, ମେ’ ମାସରେ ବ୍ୟାଙ୍କ ଯିବା ପୂର୍ବରୁ ସବୁ ଛୁଟି ଗୁଡିକୁ ଧ୍ୟାନରେ ରଖିବା ଉଚିତ ।

ମେ’ ମାସରେ ବ୍ୟାଙ୍କ ଛୁଟି ଲିଷ୍ଟ୍:-
୧ ମେ’ ୨୦୧୧ – ଶ୍ରମିକ ଦିବସ / ମହାରାଷ୍ଟ୍ର ଦିବସ । ସାରା ଦେଶରେ ବ୍ୟାଙ୍କ ବନ୍ଦ । ଏହି ଦିନ ରବିବାର ପାଇଁ ମଧ୍ୟ ଛୁଟି ରହିବ ।
୨ ମେ’ ୨୦୨୨ – ମହର୍ଷି ପର୍ଶୁରାମ ଜୟନ୍ତୀ । ଅନେକ ରାଜ୍ୟରେ ଛୁଟି ।
୩ ମେ’ ୨୦୨୨ – ଇଦ୍-ଉଲ୍-ଫିତର, ବସୱା ଜୟନ୍ତୀ (କର୍ଣ୍ଣାଟକ) ।
୪ ମେ’ ୨୦୨୨ – ଇଦ୍-ଉଲ୍-ଫିତର (ତେଲେଙ୍ଗାନା) ।
୯ ମେ’ ୨୦୨୨ – ଗୁରୁ ରବୀନ୍ଦ୍ରନାଥ ଜୟନ୍ତୀ (ପଶ୍ଚିମବଙ୍ଗ ଏବଂ ତ୍ରିପୁରା) ।
୧୪ ମେ’ ୨୦୨୨ – ଦ୍ୱିତୀୟ ଶନିବାର ବ୍ୟାଙ୍କ ଛୁଟି ।
୧୬ ମେ’ ୨୦୨୨ – ବୁଧ ପୂର୍ଣ୍ଣିମା ।
୨୪ ମେ’ ୨୦୨୨ – କାଜୀ ନଜାରୁଲ ଇସମାଲ ଜନ୍ମଦିନ (ସିକ୍କିମ) ।
୨୮ ମେ’ ୨୦୨୨ – ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ।

ମେ’ ମାସରେ ସପ୍ତାହାନ୍ତ ବ୍ୟାଙ୍କ ଛୁଟିଦିନ ତାଲିକା :
୧ ମେ’ ୨୦୨୨ – ରବିବାର ।
୮ ମେ’ ୨୦୨୨ – ରବିବାର ।
୧୫ ମେ’ ୨୦୨୨ – ରବିବାର ।
୨୨ ମେ’ ୨୦୨୨ – ରବିବାର ।
୨୯ ମେ’ ୨୦୨୨ – ରବିବାର ।

Get real time updates directly on you device, subscribe now.