fbpx

ଚାକିରି ନଥିଲେ ବି ବ୍ୟାଙ୍କ ଦେବ Personal Loan, ଜାଣନ୍ତୁ କଣ ରହିଛି ଉପାୟ

ନୂଆଦିଲ୍ଲୀ: ଚାକିରି କରୁଥିବା ଲୋକଙ୍କୁ ଖୁବ ସହଜରେ ପର୍ସନାଲ ଲୋନ ମିଳିଯାଇଥାଏ। କାରଣ ବ୍ୟାଙ୍କକୁ ଜଣାଥାଏ ଯେ, ତା ଟଙ୍କା ବୁଡିବ ନାହିଁ ଏବଂ ଯିଏ ଲୋନ ନେଉଛି, ସିଏ ସହଜରେ ଇଏମଆଇ ପେମେଣ୍ଟ କରିପାରିବ। ହେଲେ ଯଦି ଆପଣ ଚାକିରି ହରାଇଛନ୍ତି ତେବେ ଏହି ପରିସ୍ଥିତିରେ ବ୍ୟାଙ୍କ ଋଣ ପ୍ରଦାନ କରୁଛି। ହେଲେ ଏଥିପାଇଁ ବ୍ୟାଙ୍କ ଅନେକ ଜିନିଷକୁ ନେଇ ବିଚାର କରିଥାଏ। ଆସନ୍ତୁ ଜାଣିବା ଯଦି ଆପଣଙ୍କ ପାଖେ ଚାକିରି ନାହିଁ ତେବେ କିପରି ପର୍ସନାଲ ଲୋନ ନେବେ।

ଆବେଦନ ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ:
-ନିଜ ଲୋନ ଆବେଦନ କରିବା ପୂର୍ବରୁ ଏହା ଆକଳନ କରିବା ଆବଶ୍ୟକ ଅଟେ ଯେ, ଆପଣଙ୍କୁ ବାସ୍ତବରେ କେତେ ଟଙ୍କା ଆବଶ୍ୟକ।
-ଚାକିରି ନଥିବା କାରଣରୁ ବ୍ୟାଙ୍କକୁ ଭରଷା ଦେବା ଅସହଜ ହୋଇଯାଏ, ଏଥିପାଇଁ ଉଚ୍ଚ କ୍ରେଡିଟ ସ୍କୋର ରହିବା ନିହାତି ଆବଶ୍ୟକ। ଏକ ଭଲ କ୍ରେଡିଟ ସ୍କୋର ଆପଣଙ୍କୁ ଋଣ ଦେବାରେ ସାହାଯ୍ୟ କରିଥାଏ।
-ଆବଶ୍ୟକୀୟ ଡକ୍ୟୁମେଣ୍ଟ ଏକାଠି କରନ୍ତୁ।
-ଆବେଦନ କରିବା ସମୟରେ ଏହା ଜଣାଇବାକୁ ପଡିବ ଯେ, କାହିଁକି ଆପଣ ଏହି ଲୋନ ନେଉଛନ୍ତି। ଆପଣ ଟଙ୍କାର ଉପଯୋଗ କିପରି କରିବେ, ଯେଉଁଥିରେ ଋଣଦାତାଙ୍କ ବିଶ୍ୱାସ ବଢିବାରେ ସାହାଯ୍ୟ ମିଳିବ।

ଚାକିରି ନଥିବା କାରଣରୁ ଲୋନ ମିଳିବା କଷ୍ଟ ହୋଇଥାଏ ହେଲେ ଅସମ୍ଭବ ନୁହେଁ। ଚାକିରି ନଥିବା କାରଣରୁ ବ୍ୟାଙ୍କ ବା ଆର୍ଥିକ ସଂସ୍ଥା ସହ ଆପଣଙ୍କ ସଂପର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ଯଦି ଆପଣ ଉଚ୍ଚ କ୍ରେଡିଟ ସ୍କୋର ରଖୁଛନ୍ତି ତେବେ ଏହା ସ୍ୱୀକୃତ ହେବାରେ ଆପଣଙ୍କୁ ସମ୍ଭାବନାଗୁଡିକୁ ବଢାଇଥାଏ।

Get real time updates directly on you device, subscribe now.