fbpx

ଚାନ୍ଦା ମାଗି ନିର୍ବାଚନ ଲଢି ହେଲେ ବିଧାୟକ, ୪୦୦ କିମି ବାଇକ୍ ଚଢି ପହଞ୍ଚିଲେ ବିଧାନସଭା

ଭୋପାଳ: ମଧ୍ୟପ୍ରଦେଶରେ ଏବେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଗଣତନ୍ତ୍ରର ଖୁବ୍ ସୁନ୍ଦର ଚିତ୍ର ସାମ୍ନାକୁ ଆସିଛି । ଏଠାରେ ଏପରି ଜଣେ ବ୍ୟକ୍ତି ବିଧାୟକ ହୋଇଯାଇଛନ୍ତି ଯାହାଙ୍କର ନା କୌଣସି ହୋର୍ଡିଂ ଦେଖିବାକୁ ମିଳିଥିଲା ନା ସେ ପୋଷ୍ଟର ବ୍ୟାନରରେ ନିଜର ପ୍ରଚାର କରିଥିଲେ । ନିର୍ବାଚନ ପ୍ରଚାର ଲାଗି ଜନତାଙ୍କ ଠାରୁ ଚାନ୍ଦା ମାଗିଥିଲେ ଓ ଜନତାଙ୍କ ଘରେ ଘରେ ପହଞ୍ଚି ନିଜର ପ୍ରଚାର କରିଥିଲେ । ଏହି ବିଧାୟକ ହେଉଛନ୍ତି ଭାରତ ଆଦିବାସୀ ପାର୍ଟି (ବାପ୍‌)ର ବିଧାୟକ କମଳେଶ୍ୱର ଡୋଡିୟାର । ଆଦିବାସୀ ସମାଜରୁ ଆସିଥିବା କମଲେଶ୍ୱର ଏକ ଅତ୍ୟନ୍ତ ଗରିବ ପରିବାରରୁ ଆସିଛନ୍ତି । ତାଙ୍କ ମା ମୂଲ ମଜୁରୀ କାମ କରି ପରିବାର ଚଳାଉଥିଲେ ।

ଏବେ ମିଳିଥିବା ସୂଚନା ଅନୁଯାୟୀ ଭାରତ ଆଦିବାସୀ ପାର୍ଟି ବିଧାୟକ କମଳେଶ୍ୱର ୪୦୦ କିଲୋମିଟର ବାଇକ୍ ଚଢି ଭୋପାଳରେ ପହଞ୍ଚିଛନ୍ତି । ବିଧାନସଭାରେ ଔପଚାରିକତା ପୂରଣ କରିବା ଲାଗି ସେ ଥଣ୍ଡାରେ ୪୦୦କିଲୋମିଟର ବାଇକ୍ ଚଲାଇ ଗୁରୁବାର ବିଧାନସଭାରେ ପହଞ୍ଚିଥିଲେ ।
କମଳେଶ୍ୱର କହିଛନ୍ତି ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଧାନସଭା ନିର୍ବାଚନ ଲଢିଥିଲେ ଓ ବିଜୟ ବି ଲାଭ କରିଥିଲେ । ସେ ନିଜ ଶଳାଙ୍କ ସହ ବାଇକ୍‌ରେ ଭୋପାଳ ଆସିଛନ୍ତି । ସେ ବିଜେପିରେ ମିଶିବାକୁ ଇଚ୍ଛା ରଖିଛନ୍ତି । ସେ ଚାହୁଁଛନ୍ତି ଶିବରାଜ ସିଂ ଚୌହାନ ପୁଣି ଥରେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ।

Get real time updates directly on you device, subscribe now.