fbpx

ସଚିନ ତେନ୍ଦୁଲକରଙ୍କ ମଜାକ ଉଡାଉଥିଲେ ଇଂଲଣ୍ଡର ବାର୍ମି ଆର୍ମି: ଏମିତି ଜବାବ ଦେଲେ ଅମିତ ମିଶ୍ରା

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ଭଗବାନ ବୋଲି କୁହାଯାଏ । ଆଜି ନିଜ ୪୯ ତମ ଜନ୍ମ ଜୟନ୍ତୀ ପାଳନ କରୁଛନ୍ତି । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ରନ କରି ସେ ପାଳଟିଛନ୍ତି ବିଶ୍ୱର ମହାନ ବ୍ୟାଟ୍ସମ୍ୟାନ । କ୍ୟାରିୟରରେ ୧୦୦ ଶତକ ବ୍ୟତୀତ ଅନେକ ବିଶ୍ୱ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି ସଚିନ ତେନ୍ଦୁଲକର । ଯାହାକୁ ଭାଙ୍ଗିବା ପ୍ରାୟତଃ ଅସମ୍ଭବ ବୋଲି କୁହାଯାଇପାରେ ।
ତାଙ୍କର ଏହି ୪୯ତମ ଜନ୍ମ ଦିନରେ କ୍ରିକେଟ ଲେଜେଣ୍ଡଙ୍କ ଠାରୁ ଆରମ୍ଭ କରି କ୍ରିକେଟ ପ୍ରଶଂସକ ସମସ୍ତେ ସଚିନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ଏହି ଅବସରରେ ଇଂଲିଶ କ୍ରିକେଟର ସପୋର୍ଟର ‘ବାର୍ମି ଆର୍ମି’ ମଧ୍ୟ ତାଙ୍କୁ ଶୁଭକାମନା ଜଣାଇଛି । କିନ୍ତୁ ଇଂଲଣ୍ଡ ବିପକ୍ଷରେ ଆଉଟ ହୋଇ ପାଭିଲିୟନ ଫେରିବାର ଏକ ଫଟୋ ଶେୟାର କରି ତାଙ୍କ ମଜାକ ଉଡାଇବାକୁ ଚେଷ୍ଟା କରାଯାଇଛି । ତେବେ ଏହି ଘଟଣା ଭାରତୀୟ ଲେଗ ସ୍ପିନର ଅମିତ ମିଶ୍ର୍ରାଙ୍କୁ ପସନ୍ଦ ଆସି ନଥିଲା । ତେଣୁ ସେ ମଧ୍ୟ ଏହାର କଡା ଜବାବ ଦେଇଛନ୍ତି । ଇଂଲଣ୍ଡ ବିପକ୍ଷରେ କିଛି ମହାନ ପାଳିର ଫଟୋ ସହିତ ଏକ ପୋଷ୍ଟ କରିଛନ୍ତି ଅମିତ । ଏହା ସହ କ୍ୟାପ୍ସନରେ ଲେଖିଛନ୍ତି ଧନ୍ୟବାଦ ‘ପିଲାମାନେ’ ।

ଚଳିତ ସିଜନରେ ଅମିତ ମିଶ୍ରାଙ୍କୁ କୌଣସି ଦଳ ନିଜ ସ୍କ୍ୱାର୍ଡରେ ସାମିଲ କରି ନାହିଁ । ୨୦୦୮-୧୦ ପର୍ଯ୍ୟନ୍ତ ଦିଲ୍ଲୀ ଡେୟାରଡେଭିଲ୍ସର ପ୍ରଦିନିତ୍ୱ କରିଥିଲେ ଅମିତ । ତେବେ ଏହାପରେ ପୁଣି ୨୦୧୫ରେ ସେ ଦଳ ସହିତ ଯୋଡି ହୋଇ ୨୦୨୧ ପର୍ଯ୍ୟନ୍ତ ରହିଥିଲେ । ଇତିହାସରେ ସଫଳତମ ବୋଲରମାନଙ୍କ ମଧ୍ୟରେ ତାଙ୍କ ନାମ ତୃତୀୟରେ ରହିଛି । ସେ ଆଜି ପର୍ଯ୍ୟନ୍ତ ମୋଟ ୧୫୪ଟି ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.