fbpx

(Video) ଜେଲ ଗଲା ବରୁଆ ବାବା: ଦେହ ଭଲ କରିବା ଆଳରେ ବିବାହିତା ମହିଳାଙ୍କୁ କରିଥିଲା ଦୁଷ୍କର୍ମ, ମେଡିକାଲ ରିପୋର୍ଟରୁ ସ୍ପଷ୍ଟ

Advertisement

ବରଗଡ଼(ଓଡ଼ିଶା ଭାସ୍କର): ଦେହ ଭଲ କରିବା ବାହାନାରେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବରୁଆ ବାବାକୁ ହୋଇଛି ଜେଲ୍ । ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଅନ୍ୟପଟେ ଏସଡିଜେଏମ କୋର୍ଟରେ ଜାମିନ ନାମଞ୍ଜୁର ହେବାପରେ ଜେଲ ଗଲା ବରୁଆ ବାବା ବିଜୟ ନାୟକ । ତେବେ ଗୁଣିଗାରେଡି ସହ ବିବାହିତା ମହିଳାଙ୍କୁ ଦୁର୍ଷ୍କମ କରିଥିବା ବରଗଡ ଜିଲ୍ଲା ଭଟଲି ଥାନାରେ ଅଭିଯୋଗ ହୋଇଥିଲା ।

ବରୁଆ ବାବା ବିଜୟ ନାୟକ ହେଉଛି କମଗାଁ ମା ବୁଢୀ କମକେଇ ମନ୍ଦିରର ସାଧକ ତଥା କମଗାଁ ସରକାରୀ ନୋଡାଲ ହାଇସ୍କୁଲର ମ୍ୟୁଜିକ ଶିକ୍ଷକ । ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ବରୁଆ ବାବାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭଟଲି ପୋଲିସ । ବାବା ନାମରେ ଆଇପିସି ଧାରା ୩୭୬ ଲାଗିଥିବାରୁ ଜାମିନକୁ ନାମଞ୍ଜୁର କରିଛନ୍ତି ଏସଡ଼ିଜିଏମ କୋର୍ଟ ।

ସୂଚନା ଅନୁସାରେ, ଗୌରଗାଁ ଗ୍ରାମର ଖିରୋଦ୍ର ଭୋଇ ନିଜ ଗ୍ରାମରେ ଲିଲୀମା ଭୋଇଙ୍କୁ ପ୍ରେମ ବିବାହ କରିଥିଲେ । ଦୀର୍ଘ ୬ ମାସ ହେଲା ତାଙ୍କ ଦେହ ଅସୁସ୍ଥ ଥିବା ବେଳେ ସେ ଡାକ୍ତରଙ୍କୁ ଦେଖାଇଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ସେ କର୍ଲା ଝୁରି ଗ୍ରାମର ସ୍କୁଲ୍ ଶିକ୍ଷକ ତଥା ଭଣ୍ଡ ବରୁଆ ବିଜୟ କୁମାର ନାୟକଙ୍କ ହାବୁଡ଼ରେ ପଡ଼ିଥିଲେ । ଭଣ୍ଡ ବାବା ମହିଳାଙ୍କୁ ତାଙ୍କ ଦେହ ଭଲ କରିଦେବା ବାହାନାରେ ଘର ଭିତରକୁ ଆଣି ବିଭିନ୍ନ ଦେବା ଦେବୀଙ୍କ ଦର୍ଶନ କରାଇବା ବାହାନାରେ ଭ୍ରମିତ କରିଥଲେ ଏବଂ ତାଙ୍କୁ ଦୁଷ୍କର୍ମ କରିଥଲେ । ଏହି ସମ୍ପର୍କ ଭଗବାନଙ୍କ ସହ ଥିଲା ଓ ବାହାରେ ଏ ସମ୍ପର୍କ ବିଷୟରେ କହିଲେ କୌଣସି ସୁଫଳ ମିଳିବ ନାହିଁ ବୋଲିି ଡରାଇଥିଲା ଭଣ୍ଡ ବାବା ।

ତେବେ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ଘଟଣା ସମ୍ପର୍କରେ କହିବା ସହିତ ଭଟଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ଭଟଲି ଥାନା ଅଧିକାରୀ ରଞ୍ଜିତ କୁମାର ନାୟକ ଅଭିଯୁକ୍ତ ଭଣ୍ଡ ବାବାକୁ ଥାନାରେ ଅଟକ ରଖିବା ସହିତ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିଲା ।

Get real time updates directly on you device, subscribe now.