fbpx

ପ୍ରହସନ ପାଲଟିଛି ବସୁଧା ଯୋଜନା, ପାଣି ପାଇଁ କଲବଲ ହେଉଛିନ୍ତି ପାତ୍ରପୁରବାସୀ

Advertisement

ଚିକିଟି (ଭାସ୍କର ନ୍ୟୁଜ୍‌): ଗଂଜାମ ଜିଲ୍ଲା ଅନ୍ତର୍ଗତ ପାତ୍ରପୁର ବ୍ଲକରେ ସାଧାରଣ ଜୀବନ ଯାପନ ସକାଶେ ରାସ୍ତାଟିଏ, ସ୍ୱାସ୍ଥ୍ୟସେବା ଓ ବିଶୁଦ୍ଧ ପାନୀୟ ଜଳ ସୁବିଧା ଠିକ ଭାବରେ ହୋଇପାରିନାହିଁ  । ସୂଚନା ପ୍ରକାରେ ରାଜ୍ୟ ସରକାରଙ୍କ ଜଳ ଜୀବନ ଲେଖା ଲେଖାଯାଇଥିବା ବଡ଼ ବଡ଼ ଫଳକ ଲଗାଯାଇ ରାଜ୍ୟ ମୁଖ୍ୟଙ୍କ ଫଟୋ ଏଥିରେ ଲଗାଇ ଦଳ ବାହାବା ନେଉଥିବା କଥା ପାତ୍ରପୁର ବ୍ଲକରେ ପ୍ରମାଣିତ ହେବାରେ ଲାଗିଛି  । ଏହି ବ୍ଲକରେ ପ୍ରାୟ ସବୁ ପଂଚାୟତରେ ଥିବା ଗ୍ରାମ ଗୁଡିକ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି  । ଏହି ବ୍ଲକରେ ଉକ୍ତ ବିଭାଗ କେତେକ ଗ୍ରାମରେ ବସୁଧା ଯୋଜନାରେ ଏକ ଏକ ପାଣି ଯୋଗାଣ ଟାଙ୍କି କରି ହାତ ଝଡାଝଡ଼ି ହୋଇ ବସିଥିବା କଥା ଜରଡ଼ା ଜିଲୁଣ୍ଡା ଗ୍ରାମ ନିକଟରେ ଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଦେଖିଲେ ସ୍ୱଷ୍ଟ ବାରି ହେଉଛି  ।

ଏଠାରେ ଅସହ୍ୟ ତାତି ଲାଗି ରହିଥିବା ବେଳେ ଲୋକେ କୂଅ ପାଣିକୁ ବ୍ୟବହାର କରିଆସୁଛନ୍ତି  । ଏଠାରେ ଅନେକ ଦିନ ହେଲା ପାଣି ଟାଙ୍କିଟିଏ ନିର୍ମାଣ ସାରି ଠିକାଦାର ଓ ବିଭାଗୀୟ ଅଧିକାରୀ ଚୁବସିଛନ୍ତି  । ଉକ୍ତ ବିଷୟ ଅଂଚଳବାସୀଙ୍କୁ ପଚାରିବାରୁ ଅନେକ ଦିନ ହେଲା ଏଠାକୁ ବିଦ୍ୟୁତ ସଂଯୋଗ ହୋଇପାରୁନାହିଁ  । ତେଣୁ ପ୍ରକଳ୍ପ ଚାଲୁ ହୋଇପାରୁନାହିଁ ବୋଲି କହିଛନ୍ତି  । ପ୍ରକାଶ ଯୋଗ୍ୟଯେ ପ୍ରଶାସନର ଅବହେଳା ନା ଇଚ୍ଛାଶକ୍ତି ଅଭାବ ହେତୁ ଏଭଳି ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋରଧରିଛି  । ଏହି ବ୍ଲକରେ ଆହୁରି ଅନେକ ଗ୍ରାମ ଅଛି ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ରହିଛନ୍ତି  ।

Get real time updates directly on you device, subscribe now.