କଟକ: ଯୁକ୍ତିତର୍କରୁ ଫୁଟିଲା ଗୁଳି । ବୟାଳିଷ ମୌଜା ଗୁଳିକାଣ୍ଡ ଘଟଣାରେ ଯୁକ୍ତିତର୍କ ପାଇଁ ଗୁଳି ଫୁଟାଯାଇଥିବା କହିଲେ ଡିସିପି ।
ବୟାଳିଷ ମଉଜା ଗୁଳି ଫୁଟିବା ମାମଲାକୁ ନେଇ କଟକ ଡିସିପିଙ୍କ ପ୍ରତିକ୍ରିୟା । ଗୁଳିଯାଇ ମୃତକଙ୍କ ମୁଣ୍ଡରେ ବାଜିବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଡିସିପି ।
କ୍ୟାରମ ଖେଳକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହାପରେ ଅଭିଯୁକ୍ତ ଗୁଳି ଫୁଟାଇଥିବା କହିଲେ ଡିସିପି ।
ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରିବ ପୋଲିସ । ବେଆଇନ ବନ୍ଧୁକ କେଉଁଠାରୁ ଆସିଲା ସେ ନେଇ ତଦନ୍ତ କରାଯିବ । ପରସ୍ପର ଯୁକ୍ତିତର୍କରୁ ଗୁଳିକାଣ୍ଡ ଘଟିଥିବା କହିଲେ ଡିସିପି ।