fbpx

ୱେଷ୍ଟଇଣ୍ଡିଜ ଗସ୍ତ ଭିତରେ ବଡ଼ ଘୋଷଣା କଲା BCCI: ଅଚାନକ ଏହି ସିରିଜ ଉପରେ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଟିମ୍ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଏବେ ପ୍ରଥମ ଟେଷ୍ଟ ଜାରି ରହିଥିବା ବେଳେ ଏହାପରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବ ଟିମ ଇଣ୍ଡିଆ । କିନ୍ତୁ ଏହି ଟେଷ୍ଟ ସିରିଜ ମଧ୍ୟରେ ଭାରତୀୟ କ୍ରିକେଟ ବୋର୍ଡ ଏକ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ ଦଳକୁ ନେଇ ଆଉ ଏକ ସିରିଜ ପ୍ଲାନ କରିଛି ବିସିସିଆଇ । ଭାରତୀୟ ଦଳ ଆଗାମୀ ଦିନରେ ଏହି ସିରିଜ ପାଇଁ ଗସ୍ତ କରିପାରେ ବୋଲି ଜଣାଯାଇଛି ।

ବିସିସିଆଇର ସୂଚନା ଅନୁସାରେ, ଟିମ ଇଣ୍ଡିଆ ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଏକ ନୂଆ ସିରିଜ ଘୋଷଣା କରାଯାଇଛି । ଆସନ୍ତା ଡିସେମ୍ବର ୧୦ ତାରିଖରେ ଭାରତୀୟ ଦଳ ଏହି ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଡିସେମ୍ବର ୧୦ ତାରିଖରୁ ଆରମ୍ଭ ହୋଇ ଆସନ୍ତା ବର୍ଷ ଜାନୁୟାରୀ ୩ ତାରିଖରେ ଶେଷ ଟେଷ୍ଟ ଖେଳାଯିବ । ତେବେ ଏହି ଗସ୍ତରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟି-୨୦ ଦିନିକିଆ ସହିତ ଏବଂ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ମଧ୍ୟ ସାମିଲ ରହିଛି । ଡିସେମ୍ବର ୧୦ ତାରିଖରେ ଉଭୟ ଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଡିସେମ୍ବର ୧୭ ତାରିଖରୁ ୩ ଟିକିଆ ଦିନିକିଆ ମ୍ୟାଚ ଖେଳାଯିବ । ଏହାପରେ ଡିସେମ୍ବର ୨୬ ତାରିଖରେ ପ୍ରଥମ ଏବଂ ଜାନୁୟାରୀ ୩ ତାରିଖରେ ଦବିତୀୟ ତଥା ଶେଷ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ତେବେ ଏହି ୨ଟି ଟେଷ୍ଟ ମ୍ୟାଚ ଗାନ୍ଧୀ-ମଣ୍ଡେଲା ଟ୍ରଫି ପାଇଁ ଫ୍ରିଡମ ସିରିଜ ଭାବରେ ଖେଳାଯିବ ।

ଏ ନେଇ ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ, ଏହି ଫ୍ରିଡମ ସିରିଜ ମହପୁରୁଷ ମହାତ୍ମା ଗାନ୍ଧୀଏବଂ ନେଲସନ ମଣ୍ଡେଲାଙ୍କ ସମ୍ମାନାର୍ଥେ ଖେଳାଯାଉଛି । ତେଣୁ ଏହି ସିରିଜ ଅନ୍ୟ ସିରିଜ ଅପେକ୍ଷା ସ୍ପେଶାଲ । ଏହି ଦୁଇ ନେତା ଆମ ସମ୍ବନ୍ଧିତ ଦେଶ ଏବଂ ଆଖପାଖର ଦୁନିଆକୁ ମଧ୍ୟ ପ୍ରଭାବିତ କରିଛନ୍ତି । ତେବେ ଭାରତକୁ ଦକ୍ଷିଣ ଆଫ୍ରିକାରେ ଖୁବ ଭଲପାଇବା ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଜୟ ଶାହ ।

Get real time updates directly on you device, subscribe now.