fbpx

ଓଏଏସ୍‌ ସ୍ତରରେ ଛୋଟ ଧରଣ ବଦଳି: ୪୫ ଓଏଏସଙ୍କ ବଦଳି, ୭ ଓଏଏସ୍‌ ଅଧିକାରୀଙ୍କୁ ତହସିଲଦାର ଓ ଡେପୁଟି କଲେକ୍ଟର ଦାୟିତ୍ବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟ ସରକାର ୩୧ଜଣ ବିଡିଓଙ୍କ ସମେତ ମୋଟ ୪୫ଜଣ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି । ବୁଧବାର ପଞ୍ଚାୟତିରାଜ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଦୁଇଟି ଭିନ୍ନ ଭିନ୍ନ ବିଜ୍ଞପ୍ତିରେ ଏହି ୪୫ଜଣ ଓଏଏସ୍‌ ଅଫିସରଙ୍କ ବଦଳି ହୋଇଛି । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ମୋଟ ୩୧ଟି ବ୍ଲକରେ ନୂଆ ବିଡିଓଙ୍କୁ ଅବସ୍ଥାପିତ କରାଯାଇଥିବାବେଳେ ଅନ୍ୟ ୭ଜଣ ଓଏଏସଙ୍କୁ ତହସିଲଦାର ଓ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି ।

ସେହିପରି ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ, ନୂଆଦିଲ୍ଲୀରେ ଯୁଗ୍ମ ଆବାସିକ କମିଶନର ପ୍ରେମଜିତ୍‌ ନାୟକଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ହେମନ୍ତ କୁମାର ସିଂଙ୍କୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ, ପୁଣ୍ୟରଞ୍ଜନ ପୃଷ୍ଟିଙ୍କୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀରାମ କ୍ରିଷ୍ଣାଙ୍କୁ ନୂଆଦିଲ୍ଲୀସ୍ଥିତ ଯୁଗ୍ମ ଆବାସିକ କମିଶନର, ନୀଳମାଧବ ଭୋଇଙ୍କୁ ଛତ୍ରୁର ଉପଜିଲ୍ଲାପାଳ, ସରୋଜ କୁମାର ଦାଶଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଓ ଦେବଦତ୍ତ ମହାନ୍ତିଙ୍କୁ କରଞ୍ଜିଆ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.