ସାବଧାନ… ପୁଣି ଚୀନରେ ଭୟଙ୍କର ମହାମାରୀ: ମେଡିକାଲରୁ ମଶାଣୀ, ସବୁଠି ଆଲର୍ଟ
ନୂଆ ଭାଇରସ ପାଇଁ ଚୀନରେ ଆତଙ୍କ: ଆଲର୍ଟ ମୋଡରେ ମେଡିକାଲରୁ ଶ୍ମଶାନ ବ୍ୟାପୁଛି ୪ଟି ଭାଇରସ! ମୁହଁ ଖୋଲୁନି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ,
ନୂଆଦିଲ୍ଲୀ: କରୋନା ପରେ ଆଉ ଏକ ମହାମାରୀକୁ ନେଇ ଚୀନରେ ଆତଙ୍କ ଖେଳିଯାଇଛି । ନୂଆ ଭାଇରସରେ ଆକ୍ରାନ୍ତ ହେଉଛନ୍ତି ଚୀନର ବାସିନ୍ଦା । ଫଳରେ ବିଭିନ୍ନ ମେଡିକାଲରେ ଏବେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।
ଏହାସହିତ ପୁଣିଥରେ ଦେଶରେ ମାସ୍କ ପିନ୍ଧିବାକୁ ବାଧ୍ୟ ହୋଇଛନ୍ତି ଲୋକେ । ପୁଣିଥରେ କରୋନା ଭଳି ଭୁଲ କରିବାକୁ ଯାଉଛି ଡ୍ରାଗନ୍ ।
କରୋନା ପରେ ଚୀନରେ ଆଉ ଏକ ନୂଆ ଭାଇରସ ଆତଙ୍କ ସୃଷ୍ଟି କରିଛି । ଏଚଏମପିଭି ନାମକ ଏକ ଭାଇରସ୍ ଏବେ ଲୋକଙ୍କ ମନରେ ଏକ ଅଜଣା ଭୟ ସୃଷ୍ଟି କରିଛି । ଫଳରେ ବିଭିନ୍ନ ମେଡିକାଲରେ ଦେଖିବାକୁ ମିଳିଛି ସଂକ୍ରମିତଙ୍କ ଲମ୍ବା ଲାଇନ୍ ।
କରୋନାର ଭୟାବହତା ପରେ ମାସ୍କରୁ ଦୂରେଇ ଯାଇଥିବା ଚୀନ ପୁଣିଥରେ ମାସ୍କ ପିନ୍ଧିବାକୁ ବାଧ୍ୟ ହୋଇଛି । ଏହି ଭାଇରସକୁ ନେଇ ଦେଶବାସୀଙ୍କ ମନରେ ଖୁବ ଭୟ ଦେଖାଦେଇଛି ।
ବ୍ୟାପୁଛି ୪ଟି ଭାଇରସ: ଏଚଏମପିଭି ଭାଇରସକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଆଉ ଏକ ବଡ଼ ଖବର ଏବେ ସାମନାକୁ ଆସିଛି । କୁହାଯାଉଛି ଯେ, ଚୀନରେ ଗୋଟିଏ ନୁହେଁ, ବରଂ ଏକା ସାଙ୍ଗରେ ୪ଟି ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।
‘ଇନଫ୍ଲୁଏଞ୍ଜା ଏ’ ଏଚଏମପିଭି ବା ମାଇକ୍ରୋପ୍ଲାଜମା ନିମୋନିଆର ଭାଇରସ ଖୁବ ବ୍ୟାପିଚାଲିଛି । ଏହି ଭାଇରସ ଏକଦମ୍ କରୋନା ମହାମାରୀର ପାଟର୍ଣ୍ଣ ବୋଲି କୁହାଯାଇଛି ।
କ’ଣ କହୁଛି WHO: ଚୀନରେ ବ୍ୟାପୁଥିବା ଏହି ନୂଆ ଭାଇରସକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରୟା ମିଳିନାହିଁ ।
ପୂର୍ବରୁ କରୋନା ମହାମାରୀ ସମୟରେ ମଧ୍ୟ ଚୁପ୍ ରହିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ଅନେକ ଦିନ ପରେ କରୋନାକୁ ଏକ ମହାମାରୀ ବୋଲି ଘୋଷଣା କରାଯାଇଥିଲା ।
ସବୁଠି ଆଲର୍ଟ: ଚୀନର ବିଭିନ୍ନ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ମେଡିକାଲରୁ ମଶାଣୀ ପର୍ଯ୍ୟନ୍ତ ଆଲର୍ଟ ଜାରି କରାଯାଇଛି । ଯାହାକୁ ନେଇ ଏବେ ପୁଣି ଏକ ନୂଆ ମହାମାରୀର ଭୟ ଘାରିଛି ।