fbpx

ଶୀତଦିନେ ଗରମ ପାଣିରେ ଗାଧୋଉଥିଲେ ହୋଇଯାଅ ସାବଧାନ୍ ! ସାଂଘାତିକ ହୋଇପାରେ ଏହି ଭୁଲ୍

ଶୀତ ଋତୁ ଏବେ ଚରମ ସୀମାରେ ରହିଛି । ଶୀତର ପ୍ରକୋପରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ଇନର, ସ୍ୱେଟର, ଜ୍ୟାକେଟ୍, ପଶମ କ୍ୟାପ୍ ଓ ଅନେକ କିଛି ବ୍ୟବହାର କରନ୍ତି ।

ଏସବୁ ମଧ୍ୟରେ କିଛି ଲୋକ ଅଛନ୍ତି ଯେଉଁମାନେ ଶୀତ ଦିନେ ମଧ୍ୟ ସବୁଦିନ ଗାଧୋଇଥାନ୍ତି । ଏଥିପାଇଁ ଏହି ଲୋକମାନେ ଗରମ ପାଣି ବ୍ୟବହାର କରନ୍ତି । ଯଦିଓ ଗରମ ପାଣି ମାଂସପେଶୀକୁ ନରମ କରିବା ପାଇଁ ଭଲ, କିନ୍ତୁ ପ୍ରତିଦିନ ଅତ୍ୟଧିକ ଗରମ ପାଣିରେ ଗାଧୋଇବା ଆପଣଙ୍କ ପାଇଁ କ୍ଷତିକାରକ । ଏହା ବ୍ୟତୀତ, ବେଳେବେଳେ ଗରମ ପାଣି ବ୍ୟବହାର କରିବା ମଧ୍ୟ ସାଂଘାତିକ ପ୍ରମାଣିତ ହୋଇଥାଏ ।

ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ :-
ଘରେ ପାଣି ଗରମ କରିବା ପାଇଁ ରଡ କିମ୍ବା ଇଲେକ୍ଟ୍ରିକ୍ ଗିଜର ସାଧାରଣତଃ ବ୍ୟବହୃତ ହୁଏ । ଅନେକ ଥର ତାର କଟିଯିବାରୁ କରେଣ୍ଟ ଲାଗିଯାଏ ଓ ଏଥିରେ ଲୋକଙ୍କର ମୃତ୍ୟୁ ହୋଇଯାଏ । ତେଣୁ ସମୟ ସମୟରେ ରଡ ଓ ଏବଂ ଇଲେକ୍ଟ୍ରିକ୍ ଗିଜରର ତାର ଯାଞ୍ଚ କରାଯିବା ଉଚିତ ।

ଗିଜର ଫାଟିବା ମଧ୍ୟ ସାଧାରଣ :-

ଯଦି ଆପଣ ଏକ ମାନୁଆଲ୍ ଇଲେକ୍ଟ୍ରିକ୍ ଗିଜର କିଣୁଛନ୍ତି, ତେବେ ଆପଣ ସାବଧାନ ହେବା ଉଚିତ, କାରଣ ବେଳେବେଳେ ଲୋକମାନେ ଇଲେକ୍ଟ୍ରି ଗିଜର ଅନ୍ କରି ଭୁଲିଯାଆନ୍ତି ଏବଂ ପାଣି ଦୀର୍ଘ ସମୟ ଗରମ ହେତୁ ଏଥିରେ ବିସ୍ଫୋରଣ ହୁଏ । ସେଥିପାଇଁ ବିଶେଷଜ୍ଞମାନେ କୁହନ୍ତି ଯେ ଯେତେବେଳେ ଆପଣ ଏକ ଇଲେକ୍ଟ୍ରିକ୍ ଗିଜର କିଣିବାକୁ ଚାହୁଁଛ, କେବଳ ଅଟୋମେଟିକ୍ ଗିଜର କିଣ । ଏହା ଏକ ନିର୍ଦ୍ଦିଷ୍ଟ ସମୟ ପରେ ଅଟୋମେଟିକ୍ ଭାବରେ ବିଦ୍ୟୁତ୍ ଯୋଗାଣକୁ ବନ୍ଦ କରିଥାଏ ।

ଗ୍ୟାସ୍ ଗିଜରରେ ଦେଖାଯାଏ ଏହି ସମସ୍ୟା :-

ଯଦି ଆପଣ ଗ୍ୟାସ୍ ଗିଜରଗୁଡିକୁ ସବୁଠାରୁ ସୁରକ୍ଷିତ ବୋଲି ଭାବନ୍ତି, ତେବେ ଆପଣ ଭୁଲ୍ ଭାବୁଛନ୍ତି । ଅନେକ ଥର ଗ୍ୟାସ୍ ଗିଜରରୁ ଗ୍ୟାସ୍ ଲିକ୍ ହେତୁ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ, ଏଥିଯୋଗୁଁ ମୃତ୍ୟୁ ଘଟିଥାଏ । ଯେତେବେଳେ ଆପଣ ବାଥରୁମରେ ସ୍ନାନ କରୁଛନ୍ତି ଏବଂ ଗିଜର ଅନ୍ ରହିଛି, ଜଳର ବାଷ୍ପ ହେତୁ ଗ୍ୟାସ୍ ଗିଜର ସ୍ୱୟଂଚାଳିତ ଭାବରେ ବନ୍ଦ ହୋଇଯାଏ ଏବଂ ଏଥିରୁ ଗ୍ୟାସ୍ ଲିକ୍ ହେବା ଆରମ୍ଭ କରେ । ଯାହା ବାଥରୁମ କବାଟ ବନ୍ଦ ଥିବାରୁ ଶ୍ୱାସରୁଦ୍ଧ ପରିସ୍ଥିତି ସୃଷ୍ଟି କରେ । ତେଣୁ ଗ୍ୟାସ ଗିଜରକୁ ସବୁବେଳେ ବାଥରୁମ ବାହାରେ ରଖିବା ଉଚିତ ।

Get real time updates directly on you device, subscribe now.