fbpx

ମଡେଲ୍ ଦିବ୍ୟା ପାହୁଜାଙ୍କୁ ହତ୍ୟା ମାମଲା; ହୋଟେଲରୁ ମିଲିଲା ମୃତଦେହ

ନୂଆଦିଲ୍ଲୀ: ମଡେଲ୍ ଦିବ୍ୟା ପାହୁଜାଙ୍କୁ ହତ୍ୟା । ଗୁରୁଗ୍ରାମର ଏକ ହୋଟେଲରୁ ତାଙ୍କ ମୃତଦେହ ମିଳିଛି । ଦିବ୍ୟାଙ୍କୁ କେହି ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି । ଏକ ହତ୍ୟା ମାମଲାରେ ଗିରଫ ଦିବ୍ୟାଙ୍କୁ କିଛି ମାସ ତଳେ ଜାମିନ ମିଳିଥିଲା । ୨୦୧୬ ଫେବ୍ରୁଆରି ୭ ତାରିଖରେ ମୁମ୍ବାଇର ଏକ ହୋଟେଲରେ ପୋଲିସ ଏନକାଣ୍ଟରରେ ପ୍ରାଣ ହରାଇଥିଲା ଗୁରୁଗ୍ରାମର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର୍ ସନ୍ଦୀପ ଗଡ଼ୋଲି । ସନ୍ଦୀପର ପ୍ରେମିକା ଥିଲେ ଦିବ୍ୟା । ମୁମ୍ବାଇ ହୋଟେଲରେ ସନ୍ଦୀପକୁ ଏନକାଣ୍ଟର ବେଳେ ଦିବ୍ୟା ମଧ୍ୟ ସେଠାରେ ଥିଲେ । ମଡେଲ ଦିବ୍ୟାଙ୍କୁ ହନି ଟ୍ରାପ ଭାବେ ବ୍ୟବହାର କରି ସନ୍ଦୀପକୁ ହୋଟେଲକୁ ଡାକିଥିଲା ମୁମ୍ବାଇ ପୋଲିସ । ସେହିଠାରେ ହିଁ ତାକୁ କରାଯାଇଥିଲା ଏନକାଉଣ୍ଟର ।

ତେବେ ଏହି ଏନକାଉଣ୍ଟର ମିଥ୍ୟା ପ୍ରମାଣିତ ହେବା ପରେ ଦିବ୍ୟା, ତାଙ୍କ ମାଆ ଓ ୫ ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇ ଥିଲା । ସେହି ମାମଲାରେ ଦିବ୍ୟାଙ୍କୁ କିଛି ମାସ ତଳେ ଜାମିନ ମିଳିଥିଲା । କିନ୍ତୁ ଏବେ ଗୁରୁଗ୍ରାମ ହୋଟେଲରୁ ତାଙ୍କ ମୃତଦେହ ମିଳିଛି । ୬ ବର୍ଷ ଜେଲରେ ରହିବା ପରେ ଗତବର୍ଷ ଜୁନ ମାସରେ ବମ୍ବେ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଥିଲା । ରାତିରେ ଜଣେ ୨୭ ବର୍ଷୀୟା ଯୁବତୀଙ୍କୁ ହତ୍ୟା ମାମଲାରେ ଅତି କମ୍ରେ ୩ ଜଣଙ୍କୁ ଗିରଫ କରାଯାଇଛି। ହୋଟେଲର ମାଲିକ ଅଭିଜିତ ସିଂହ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତମାନେ ମୃତଦେହକୁ ହୋଟେଲରୁ କାର୍ କୁ ଟାଣି ନେଇଥିବା ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.