ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଥାଉ । ଏଥିସହିତ ଆମେ ଯୋଗ ଧ୍ୟାନ ବାୟ୍ୟାମ୍ ଅଦି କରିଥାନ୍ତି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଆମକୁ ସ୍ୱାସ୍ଥ୍ୟକର ଫଳ ଓ ପନିପରିବା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଯେଉଁଥିରେ ସତେଜ ପନିପରିବା ଓ ଫଳକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ କୁହାଯାଏ ଯେ ଯେକୌଣସି ଜିନିଷର ଅଧିକ ବ୍ୟବହାର ଆମ ପାଇଁ କ୍ଷତିକାରକ ହୋଇଥାଏ । ସେହିପରି ଏହି ହେଲ୍ଦି ଫୁଡର ଅଧିକ ବ୍ୟବହାର ମଧ୍ୟ ଆମ ଶରୀରକୁ କ୍ଷତି ପହଞ୍ଚାଇ ଥାଏ । ତେଣୁ ଏହି ସ୍ୱାସ୍ଥ୍ୟକର ଫଳ ଓ ପନିପରିବା ଅଧିକ ଖାଇବା ଉଚିତ୍ ନୁହେଁ । ନଚେତ୍ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।
ଏହି ଫଳ ଓପନିପରିବାକୁ ଅଧିକ ଖାଆନ୍ତୁ ନାହିଁ:
୧-କମଳା(Orange): କମଳା ହେଉଛି ଏକ ସ୍ୱାସ୍ଥ୍ୟକର ଫଳ । ଯେଉଁଥିରେ ଭିଟାମିନ ସି ର ମାତ୍ରା ବହୁତ ପରିମାଣରେ ରହିଥାଏ । ଯାହାକି ଶରୀରକୁ ଅନେକ ପ୍ରକାର ଫାଇଦା ଦେଇଥାଏ । କିନ୍ତୁ ଏହି କମଳାକୁ ମାତ୍ରା ଠାକୁ ଅଧିକ ଖାଇବା ଉଚିତ୍ ନୁହେଁ । କାରଣ ଏହାକୁ ଅଧିକ ସେବନ କରିବା ଦ୍ୱାରା ଆପଣଙ୍କ ପରିସ୍ରାର ରଙ୍ଗ ବଦଳି ଯାଇଥାଏ । ତେଣୁ ଅପଣ ଏହାକୁ ଲିମଟ୍ ରେ ହିଁ ଖାଆନ୍ତୁ । ଏଥି ସହିତ ଆପଣଙ୍କୁ ଶୋଷ ଲାଗୁଥିଲେ ସିଧାସଳଖ କମଳା ଜୁସ୍ ପିଅନ୍ତୁ ନାହିଁ ।
୨-ଗାଜର(Carrot):ମାଟି ତଳେ ହେଉଥିବା ଗାଜର ସମେତ ଅନ୍ୟ ପନିପରିବାରେ ପୃଷ୍ଟିକର ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ । ତେବେ ଏହି ସ୍ୱାସ୍ଥ୍ୟକର ପରିବାକୁ ଆମେ ସାଧାରଣତଃ ସାଲାଡ୍ କିମ୍ବା ଜୁସ୍ ଆକାରରେ ସିଧାସଳଖ ଖାଇଥାନ୍ତି । କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇଲେ ଏହା ଶରୀରର ପାଇଁ କ୍ଷତିକାରକ ହୋଇଥାଏ । ଗାଜରକୁ ଅଧିକ ପରିମାଣରେ ଖାଇଲେ ଶରୀର ରଙ୍ଗ ହଳଦୀଆ ହୋଇଯାଇଥାଏ । ତେଣୁ ଏହାକୁ ସମିତ ପରିମାଣରେ ସେବନ କରନ୍ତୁ ।
୩-ଫୁଲକୋବି(Cauliflower): ଫୁଲକୋବି ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ । କିନ୍ତୁ ବେଳେ ବେଳେ ଏହାକୁ ଅଧିକ ପରିମାଣରେ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ଯାହାଦ୍ୱାରା ହଜମ ପ୍ରକ୍ରିୟାରେ ସମସ୍ୟା ଦେଖା ଦେଇଥାଏ । ଯାହାଫଳରେ ଗ୍ୟାସ ହେବା ସହ ଅନ୍ୟ ସମସ୍ୟା ମଧ୍ୟ ଉପୁଜିଥାଏ ।
୪-ଛତୁ(Mushroom):ଛତୁ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏଥିରେ ଭିଟାମିନ୍ ଡି ଭରପୁର ମାତ୍ରାରେ ରହିଥାଏ । କିନ୍ତୁ ଏହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ଶରୀରରେ ଆଲର୍ଜି ହୋଇଥାଏ ।