fbpx

ଦୀର୍ଘ ସମୟ ଗୋଟିଏ ତକିଆ ବ୍ୟବହାର କରୁଥିଲେ ସାବଧାନ! ଭୋଗିବେ ଏହି ସମସ୍ୟା…

Advertisement

ଓଡ଼ିଶା ଭାସ୍କର: ସୁସ୍ଥ ରହିବା ପାଇଁ ବିଛଣା ସହ ତକିଆ ସଫା ରହିବା ଉଚିତ୍ । ବିଛଣାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ତକିଆ । ତକିଆ ପାଇଁ ଅନେକ ଲୋକଙ୍କୁ ନିଦ ମଧ୍ୟ ଭଲରେ ହୋଇନଥାଏ । ଲଗାତାର ତକିଆ ବ୍ୟବହାର କରିବା ଦ୍ୱାରା ଏହାର ସ୍ୱଚ୍ଛତା ନଷ୍ଟ ହୋଇଯାଏ । ଏହାଦ୍ୱାରା ରୋଗ ସୃଷ୍ଟି ହୋଇଥାଏ । ଅନେକ ଲୋକେ କେବଳ ତକିଆର ଖୋଳ ସଫା କରନ୍ତି । କିମ୍ବା ବଦଳାଇ ଥାଆନ୍ତି । ମାତ୍ର ଅଧିକ ଦିନ ଧରି ଗୋଟିଏ ତକିଆ ବ୍ୟବହାର ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗ ଜାତ କରିଥାଏ । ତେବେ ମନରେ ପ୍ରଶ୍ନ ଆସୁଥିବ ଯେ କେତେ ଦିନରେ ତକିଆ ବଦଳାଇବା ଆବଶ୍ୟକ..

ଅଧିକ ଦିନ ଧରି ତକିଆ ବ୍ୟବହାର କଲେ, ଏଥିରେ ବିଭିନ୍ନ ଜୀବାଣୁ ରହିଥାଆନ୍ତି । ଯାହା ନାକ ବାଟେ ଶରୀର ଭିତରକୁ ପ୍ରବେଶ କରିଥାଏ । ଫଳରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ଫଳରେ ବାରମ୍ବାର ରୋଗଗ୍ରସ୍ତ ହୋଇଥାଆନ୍ତି ।

♦ ତ୍ୱଚାରେ ବାରମ୍ବାର ବ୍ରଣ ହେଉଥିଲେ, ଏହାର କାରଣ ତକିଆ ବୋଲି କୁହାଯାଏ ।
ଅଧିକ ଦିନ ଧରି ତକିଆ ବ୍ୟବହାର କଲେ, ତ୍ୱଚାରେ ବ୍ରଣ ହୋଇଥାଏ । ଅଳ୍ପ ଦିନରେ
ତକିଆ ଖୋଳ ନିଶ୍ଚୟ ବଦଳାନ୍ତୁ ।
♦ ବାରମ୍ବାର ଥଣ୍ଡା, ଜ୍ୱର, କାଶ, ତ୍ୱଚା ଜନିତ ସଂକ୍ରମଣ ହେଲେ ଏହା ତକିଆ ପାଇଁ
ହୋଇଥାଏ ।
♦ ଥଣ୍ଡା, ସଂକ୍ରମଣ ଜନିତ ରୋଗ ଲାଗି ରହିଲେ, ଏହାର କାରଣ ମଧ୍ୟ ତକିଆ ।
♦ ତକିଆରେ ଭାଙ୍ଗ ପଡିଲେ, ଅଧିକ ଟାଣ ଲାଗିଲେ ଏହାକୁ ବଦଳାଇ ଦିଅନ୍ତୁ ।
♦ ତକିଆକୁ ମୋଡି ୩୦ ମିନିଟ ରଖନ୍ତୁ । ୩୦ ମିନିଟ ପରେ ମଧ୍ୟ ସିଧା ନହେଲେ
ତକିଆ ନିଶ୍ଚୟ ବଦଳାଇ ଦିଅନ୍ତୁ ।
♦ ପ୍ରତ୍ୟେକ ସପ୍ତାହରେ କିମ୍ବା ସପ୍ତାହକୁ ୨ ଥର
ତକିଆ ଖୋଳ ବଦଳାଇ ଦିଅନ୍ତୁ

Get real time updates directly on you device, subscribe now.