fbpx

ଏପରି ସମ୍ପର୍କୀୟଙ୍କଠାରୁ ସତର୍କ ରୁହନ୍ତୁ, ସାପ ପରି କରନ୍ତି କାମ

କିଛି ସମ୍ପର୍କୀୟ ଏପରି ରହିଥାନ୍ତି, ଯେଉଁମାନେ ସବୁବେଳେ ଆପଣଙ୍କର ଗୋଡ ଟାଣନ୍ତି । ସେମାନେ କିଛି ବାହାନା କରି ଆପଣଙ୍କୁ ପରିହାସ କରନ୍ତି । ଅନେକ ସମ୍ପର୍କୀୟ କେବଳ ସେମାନଙ୍କର କାମ ଥିବା ବେଳେ ହିଁ ଆପଣଙ୍କୁ ମନେ ପକାଇଥାନ୍ତି । ତାଙ୍କ ଶବ୍ଦରୁ ଏହା ସ୍ପଷ୍ଟ ହୋଇଯାଏ ଯେ କାମ ସରିବା ପରେ ‘ମୁଁ କିଏ, ତୁମେ କିଏ?

କିଛି ସମ୍ପର୍କୀୟ ଏପରି ଅଛନ୍ତି, ଯେଉଁମାନେ ଆପଣଙ୍କ ସାମ୍ନାରେ ଆପଣଙ୍କୁୁ ପ୍ରଶଂସା କରନ୍ତି କିନ୍ତୁ ଆପଣଙ୍କ ପିଠି ପଛରେ ଆପଣଙ୍କ ବିଷୟରେ ଖରାପ କଥା କୁହନ୍ତି । ଏହି ସମ୍ପର୍କୀୟମାନଙ୍କଠାରୁ ସମୟ ଥାଉ ଥାଉ ଦୂରରେ ରହିବା ଭଲ ।

ଏପରି ସମ୍ପର୍କୀୟମାନେ ଅନ୍ୟମାନଙ୍କ ଭାବନା ପ୍ରତି ଆଦୌ ଧ୍ୟାନ ଦିଅନ୍ତି ନାହିଁ । ସେମାନେ ସର୍ବଦା ନିଜକୁ ଆପଣଙ୍କ ଉପରେ ରଖିବାକୁ ଚେଷ୍ଟା କରନ୍ତି ।

କିଛି ସମ୍ପର୍କୀୟଙ୍କର ଏପରି ଅଭ୍ୟାସ ଅଛି ଯେ, ସେମାନେ ନିଜ ଜୀବନରେ ସର୍ବଦା ଅସନ୍ତୁଷ୍ଟ ଏବଂ ଦୁଃଖୀ ରୁହନ୍ତି । ଏହିପରି ଲୋକଙ୍କ ସହିତ ଦୀର୍ଘ ସମୟ ଧରି ଯୋଗାଯୋଗରେ ରହିବା ଆମ ଜୀବନରେ ବହୁତ ଖରାପ ପ୍ରଭାବ ପକାଇଥାଏ । ସେମାନଙ୍କ ଜୀବନର ନକାରାତ୍ମକତା ଆମ ଜୀବନରେ ଦୁଃପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.