fbpx

ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ୍‌ ଖାଉଥିଲେ ସାବଧାନ !

କେତେକ ରୋଗର ଚିକିତ୍ସା ସମୟରେ ଡାକ୍ତର ମେଡିସିନ୍‌ ସହ ଆଣ୍ଟିବାୟୋଟିକ ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଅଳ୍ପ କେତେଜଣ ବ୍ୟକ୍ତି ସାମାନ୍ୟ ଦେହ ଖରାପ ହେଲେ ଆଣ୍ଟିବାୟୋଟିକ ଖାଇବାକୁ ପସନ୍ଦ କରିଥାଅନ୍ତି। ହେଲେ ଏହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଜରୁରୀ। ଯଦି ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଡିସିନ ସହ ଆଣ୍ଟିବାୟୋଟିକ ଖାଉଛନ୍ତି, ତେବେ ଔଷଧ ଖାଇବା ହଠାତ୍‌ ବନ୍ଦ କରନ୍ତୁ ନାହିଁ।

ଡାକ୍ତର ଯେତେଦିନ ପର୍ଯ୍ୟନ୍ତ ଖାଇବାକୁ କହିଛନ୍ତି, ସେ ପର୍ଯ୍ୟନ୍ତ ଔଷଧ ଖାଇବା ଚାଲୁ ରଖନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ ଛୋଟପିଲାଙ୍କୁ ଆଣ୍ଟିବାୟୋଟିକ ଦିଅନ୍ତୁ ନାହିଁ। ପରବର୍ତ୍ତୀ ସମୟରେ ଦେହ ଖରାପ ହେଲେ ଆଣ୍ଟିବାୟୋଟିକ ଖାଇବା ପାଇଁ ସାଇତି ରଖନ୍ତୁ ନାହିଁ। କାରଣ ଆପଣଙ୍କ ରୋଗ ଅନୁସାରେ ଡାକ୍ତର ଆଣ୍ଟିବାୟୋଟିକ ଖାଇବାକୁ ପରାମର୍ଶ ଦେଇଥାନ୍ତି ।

ଅନ୍ୟ କାହା ପରାମର୍ଶରେ ଆଣ୍ଟିବାୟୋଟିକ ଖାଆନ୍ତୁ ନାହିଁ। ଭୁଲ ଆଣ୍ଟିବାୟୋଟିକ ଖାଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବାର ଆଶଙ୍କା ଥାଏ। କେତେକ ବ୍ୟକ୍ତିଙ୍କର ଆଣ୍ଟିବାୟୋଟିକ ଶରୀରରେ ସୁଟ୍‌ କରି ନ ଥାଏ। ତେଣୁ ଡାକ୍ତରଙ୍କ ସହ ପରାମର୍ଶ ସମୟରେ ଏ ବିଷୟରେ ସୂଚିତ କରିବାକୁ ଭୁଲନ୍ତୁ ନାହିଁ।

Get real time updates directly on you device, subscribe now.