Smart Watch ପିନ୍ଧୁଥିଲେ ସାବଧାନ୍… ହୋଇପାରେ ମାରାତ୍ମକ ରୋଗ, ଜୀବନ ନେବ ଏହି ଅଭ୍ୟାସ
ପ୍ରତ୍ୟେକ ଦିନ ସ୍ମାର୍ଟ ୱାଚ୍ ପିନ୍ଧିବା ଅଭ୍ୟାସ ଆଣିପାରେ ଭୟଙ୍କର ରୋଗ
ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସ୍ମାର୍ଟ ୱାଚ୍ ଅଧିକାଂଶ ଲୋକଙ୍କ ପସନ୍ଦ ପାଲଟିଛି । ପ୍ରତ୍ୟେକ ଦିନ ଏହାକୁ ବ୍ୟବହାର କରୁଛନ୍ତି ଆଜିର ଯୁବପିଢୀ । କିନ୍ତୁ ଏହି ସ୍ମାର୍ଟ ୱାଚ୍ ବିଭିନ୍ନ ପ୍ରକାରର ବିପଦର କାରଣ ହୋଇପାରେ ।
ଆଧୁନିକ ଟେକନୋଲୋଜି ଏବଂ ବେଶ୍ ଉପକାରୀ ଏହି ଗ୍ୟାଜେଟ ମଣିଷ ଜୀବନ ପ୍ରତି ବିପଦ ହୋଇପାରେ । ଫିଟନେସ ଟ୍ରାକ କରିବା ଏବଂ ଶରୀରର ବିଭିନ୍ନ ପରିବର୍ତ୍ତନକୁ ତଦାରଖ କରିବାରେ ସ୍ମାର୍ଟ ୱାଚ୍ ସର୍ବଶ୍ରେଷ୍ଠ ଗ୍ୟାଜେଟ ପାଲଟିଛି ।
କ୍ୟାନସର: ସ୍ମାର୍ଟ ୱାଚ୍ ପ୍ରାୟତଃ ଶରୀରର ପରିବର୍ତ୍ତନ ତଦାରଖ କରିବା ପାଇଁ ଏବଂ ଷ୍ଟାଇଲ ପାଇଁ ପିନ୍ଧୁଥିଲେ ମଧ୍ୟ ଏହା ରୋଗର କାରକ ହୋଇପାରେ । ଲଗାତାର ଭାବରେ ସ୍ମାର୍ଟ ୱାଚ୍ ପିନ୍ଧିବା କ୍ୟାନସର ଭଳି ରୋଗର କାରଣ ହୋଇପାରେ ।
ସ୍ମାର୍ଟ ୱାଚ୍ ଏବଂ ଫିଟନେସ ବ୍ୟାଣ୍ଡରେ ଭିନ୍ନ ଧରଣର ହାନିକାରକ ବ୍ୟାକ୍ଟେରିଆ ରହିଥାଏ । ୱାଚ୍ ର ବ୍ୟାଣ୍ଡରେ ଏକ ଏସିଡ ରହିଥାଏ । ଏହି ଏସିଡରେ ହିଁ ବ୍ୟାକ୍ଟେରିଆ ରହୁଥିବା ଜଣାଯାଇଛି । ୧୨ ଘଣ୍ଟାରୁ ଅଧିକ ସମୟ ଏହାକୁ ବ୍ୟବହାର କଲେ କ୍ୟାନସର ହେବାର ଆଶଙ୍କା ରହିଥାଏ ।
କିପରି ହୁଏ ରୋଗ: ଏହାକୁ PFHxA ଏସିଡ କୁହାଯାଏ। ଏହା ଝାଳର ସଂସ୍ପର୍ଶରେ ଆସିଲେ PFHxA ଲମୋ ଛିଦ୍ରକୁ ଚାଲିଯାଇଥାଏ। ଏଥିରୁ ପ୍ରାୟ ୫୦% ଏସିଡ ତ୍ଵଚା ଭିତରକୁ ଚାଲି ଯାଇଥାଏ ଏବଂ ଏକ ତୃତୀୟାଂଶ ରକ୍ତରେ ମିଶିଥାଏ। ଏହିଭଳି କ୍ଷତିକାରକ କେମିକାଲ ରକ୍ତରେ ମିଶିବା ଦ୍ଵାରା କ୍ୟାନସର ଭଳି ରୋଗ ଭବିଷ୍ୟତରେ ହେଇପାରେ।
ସ୍ମାର୍ଟ ୱାଚ୍ ର ବ୍ୟବହାର: ଫିଟନେସ ଏବଂ ଓଜନ ହ୍ରାସ ଇତ୍ୟାଦି ପରିବର୍ତ୍ତନକୁ ତଦାରଖ କରିବାରେ ସ୍ମାର୍ଟ ୱାଚ୍ ବେଶ୍ ସହାୟକ ହୋଇଥାଏ । ଏଥିରେ ଟେକନୋଲୋଜି ପ୍ରମୁ ଭୂମିକା ତୁଲାଇଥାଏ । ଫିଟନେସ ଟ୍ରାକର ଜଣେ ବ୍ୟକ୍ତିଗତ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥାଏ ।