fbpx

ସାବଧାନ ହେଲମେଟ୍ ପିନ୍ଧନ୍ତୁ, ନ ହେଲେ କଟିବ ମାସକର ଦରମା! ଗଜପତି ଜିଲ୍ଲାରେ ଛନକା…

Advertisement

ଓଡିଶା ଭାସ୍କର (ଭୁବନେଶ୍ୱର): ବାଇକ ଚାଳନା ସମୟରେ ହେଲମେଟ୍ ନ ପିନ୍ଧିଲେ ମାସକର ଦରମା କଟିବ । ଏହା ଜଣା ପଡିଛି ଗଜପତି ଜିଲ୍ଲା ମୋହନ ବ୍ଲକ ଶିକ୍ଷା ଅଧିକାରୀଙ୍କ ନାଁରେ ଆସିଥିବା ଏକ ନିର୍ଦ୍ଦେଶନାମାରୁ । ଏଭଳି ନିର୍ଦ୍ଦେଶନାମା ଶିକ୍ଷକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି । ଜାରି ହୋଇଥିବା ଏକ ଚିଠିରେ ଦର୍ଶାଯାଇଛି ଯେ, ମୋହନା ବ୍ଲକର ପ୍ରାଥମିକ ଶିକ୍ଷକମାନେ ନିଜର ସୁରକ୍ଷା ପାଇଁ ବାଇକ୍ ଚାଳନା ସମୟରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । କିଏ ଯଦି ଏହି ନିୟମର ଉଲଘଂନ କେର କରିଥିବା ଦୃଷ୍ଟିକୁ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ସେମାନଙ୍କ ଗୋଟିଏ ମାସର ଦରମା ବନ୍ଦ ହୋଇଯିବ । ଉଭୟ ବିଇଓ ଏବଂ ଏବିଇଓ ଏହାର ତଦାରଖ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡିଛି । ଏଭଳି ଏକ ନିର୍ଦ୍ଦେଶନାମାକୁ ନେଇ ସାରା ଗଜପତି ଜିଲ୍ଲାରେ ଚର୍ଚ୍ଚା ଲାଗିରହିଥିବାବେଳେ ଏ ସଂପର୍କରେ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ କିମ୍ବା ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ । ଫଳରେ ସେଠାକାର ଶିକ୍ଷକଙ୍କ ମନରେ ଏହାକୁ ନେଇ ଏବେ ଛାନିଆ ପସିଛି । ତେବେ ଏହା କେତେ ସତ ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ଯଦି ଏପରି ହୋଇଥାଏ, ତେବେ ଶିକ୍ଷକମାନେ ହେଲମେଟ ପିନ୍ଧିବା ଥୟ । ନହେଲେ ସେମାନଙ୍କୁ ମୋଟା ରକମର ଫାଇନ ଭରିବାକୁ ପଡିପାରେ ।

Get real time updates directly on you device, subscribe now.