fbpx

(Video)ଅଜବ ଏ ଦୃଶ୍ୟ! ବେଡରୁମକୁ ଯିବାକୁ ବି ଏତେ କସରତ୍: ପାଣିରେ ଭାସୁଛି ଘର

ବେଙ୍ଗଲୁରୁ: ବେଙ୍ଗଲୁରୁରେ ଚତୁର୍ଥ ଦିନର ମୁସଳଧାରା ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇଛି ଜୀବନଯାପନ । ବନ୍ୟା ପାଣି ଯୋଗୁଁ ଧନଜୀବନ ନଷ୍ଟ ହେଉଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାପରେ ମଧ୍ୟ ସହରରେ ଶେଷ ହୋଇନି ପ୍ରକୃତି ତାଣ୍ଡବ । ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷାର ପୂର୍ବାନୁମାନ ଏବେ ଲୋକମାନଙ୍କୁ ଆହୁରି ଚିନ୍ତାରେ ପକାଇ ଦେଇଛି । ଏବେ ଘରେ ଘରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ଏହିଭଳି ଏକ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ବନ୍ୟାରେ ସହରର ଅଧିକାଂଶ ରାସ୍ତାଘାଟରେ ପାଣି ଭର୍ତ୍ତି ହୋଇଯିବାରୁ ପାଣି ଘର ଭିତରକୁ ମଧ୍ୟ ପଶିଯାଇଛି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ତାଙ୍କ ବେଡରୁମକୁ ଯିବା ପାଇଁ ସଂଘର୍ଷ କରୁଥିବାର ଏକ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଯିବା ପାଇଁ ନଈ ପାର କରିବା ଭଳି ଅନୁଭବ ହେଉଛି । ଏହାବ୍ୟତୀତ ଘରର ବିଭିନ୍ନ ଜିନିଷ ଚାରିଆଡେ ଭାସୁଥିବାର ମଧ୍ୟ ଏହି ଭିଡିଓରେ ଦେଖାଯାଇଛି । ଭିଡିଓରେ ବ୍ୟକ୍ତିଜଣକ କହୁଛନ୍ତି ଯେ, ପିଆନୋ ପାଣି ତଳେ ରହିଛି ।ଏହାପରେ ପାଣି ଭିତରେ ବୁଡି ସେ ଏହାର ଗଭୀରତା ଦେଖାଇଛନ୍ତି ।

ତେବେ ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି । ଅନେକ ଲୋକ ଏହି ଭିହିଓକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ଏହି ବ୍ୟକ୍ତିଙ୍କ ଏମିତି ପରିସ୍ଥିତିକୁ ନେଇ ଚିନ୍ତା ଜାହିର କରିଛନ୍ତି । ତେବେ ବେଙ୍ଗଲୁରୁରେ ବନ୍ୟା ପାଣି ଏବେ ଲୋକଙ୍କ ଲାଇଫଷ୍ଟାଇଲ ବଦଳାଇ ଦେଇଥିବା ଏହି ଭିଡିଓରୁ ଅନୁମାନ କରାଯାଇଛି ।

Get real time updates directly on you device, subscribe now.