fbpx
BJD SKY
BJD SKY

ବଜେଟ ଆଲୋଚନା ପୂର୍ବରୁ ଭାରତ ପାଇଁ ଦରର ଆକଳନ, ଜାଣନ୍ତୁ ମହଙ୍ଗା ରହିବ ନା ସମାନ ରହିବ ଦରଦାମ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇସାରିଛି । ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ତେବେ ଆଜି କେବଳ ଅଧିବେଶନ ଆରମ୍ଭ ହୋଇଛି ସତ କିନ୍ତୁ କାଲିଠାରୁ ସମସ୍ତ ବଜେଟ ଉପରେ ଆଲୋଚନା କରାଯିବ । ବଜେଟକୁ ନେଇ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସୂଚନା ଦେଇ କହିଛି ଯେ, ଚଳିତ ଆର୍ଥିକ ବର୍ଷ ୬.୮% ତୁଳନାରେ ଆସନ୍ତା ଆର୍ଥିକ ବର୍ଷରେ ଭାରତରେ ମୁଦ୍ରାସ୍ଫୀତି ୫% ତଳକୁ ଖସିଯିବାର ସମ୍ଭାବନା ରହିଛି । ୨୦୨୪ରେ ଏହା ୪%କୁ ଖସିଯାଇପାରେ ବୋଲି ଆକଳନ କରାଯାଇଛି ।

ଆଇଏମଏଫ ତରଫରୁ ମଙ୍ଗଳବାର ଦିନ ଜାରି କରାଯାଇଥିବା ୱାର୍ଲଡ ଇକୋନୋମୀ ଆଉଟଲେଟ ଅନୁସାରେ, ଦୁନିଆରେ ୮୪ ପ୍ରତିଶତ ଦେଶରେ ୨୦୨୨ ତୁଳନାରେ ୨୦୨୩ରେ ମହଙ୍ଗା ଦରରେ ହ୍ରାସ ଘଟିବ । ୨୦୨୩ରେ ବୈଶୟିକ ମହଙ୍ଗା ଦର ୨୦୨୨ ରେ ୮.୮% ରୁ ଖସି ୬.୬%ରେ ପହଁଚି ପାରେ । ସେହିପରି ୨୦୨୪ ରେ ଏହା ୪.୩ ପ୍ରତିଶତରେ ଏବଂ ଧିରେ ଧିରେ ଏହା କରୋନାର ପୂର୍ବ ସ୍ଥିତିର ସ୍ତର ୩.୫% ରେ ପହଁଚି ପାରେ । ସେହିପରି ଆଇଏମଏଫ କହିଛି ଯେ, ଏହା ବିଶ୍ୱ ସ୍ତରରେ ଚାଲୁଥିବା ଆର୍ଥିକ ବର୍ଷର ଚତୁର୍ଥାଂଶ ମାସରେ ୬.୯ପ୍ରତିଶତ ହ୍ରାସ ହୋଇ ୨୦୨୩ ବର୍ଷର ଚତୁର୍ଥାଂଶ ମାସ ପର୍ଯ୍ୟନ୍ତ ୪.୫ପ୍ରତିଶତରେ ପହଁଚିପାରେ ।

ଉନ୍ନତ ଅର୍ଥନୀତିରେ ବାର୍ଷିକ ହାରାହାରି ମୁଦ୍ରାସ୍ଫୀତି ୨୦୨୨ରେ ୭.୩ ପ୍ରତିଶତରୁ ୨୦୨୩ରେ ୪.୬ ପ୍ରତିଶତ ଏବଂ ୨୦୨୪ରେ ୨.୬ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ସେହିପରି ଆଇଏମଏଫ୍ କହିଛି ଯେ, ଉଦୀୟମାନ ବଜାର ଏବଂ ବିକାଶଶୀଳ ଅର୍ଥନୀତିରେ ବାର୍ଷିକ ମୁଦ୍ରାସ୍ଫୀତି ୨୦୨୨ରେ ୧୪.୨ ପ୍ରତିଶତ ତୁଳନାରେ ୨୦୨୪ରେ ୮.୬ ପ୍ରତିଶତରେ ପହଁଚିପାରେ । ଏହା ଏପର୍ଯ୍ୟନ୍ତ ଉଚ୍ଚ ଏବଂ ହାରାହାରି ପାଣ୍ଡେମିକ୍ ସ୍ତରର ହାରିହାରି ୪-୯ ପ୍ରତିଶତ ରହିଛି ।

Get real time updates directly on you device, subscribe now.