Divorce ନିଷ୍ପତ୍ତି ନେଇଛନ୍ତି, ତା ଆଗରୁ ଥରେ ଏମିତି କରନ୍ତୁ, ଜୀବନ ପୁଣି ହେବ ମଧୁମୟ, ଝରିବ ମହୁ

ଅନେକଙ୍କ ପାଇଁ ଏହି ନିଷ୍ପତ୍ତି ନେବା ଏତେ ସହଜ ହୋଇ ନ ଥାଏ । ଡିଭୋର୍ସ ନିଷ୍ପତ୍ତି ପାଇଁ ଲାଗିଯାଏ ବର୍ଷ ବର୍ଷ

ନୂଆଦିଲ୍ଲୀ- ସାମ୍ପ୍ରତ୍ତିକ ପରିସ୍ଥିତିରେ ଛାଡପତ୍ର ଯେମିତି ଏକ ସାଧାରଣ ଘଟଣା ହୋଇଯାଇଛି । ଦମ୍ପତିଙ୍କ ମଧ୍ୟରେ ସାମାନ୍ୟ ମତପାର୍ଥକ୍ୟ ହେଲେ ପହଞ୍ଚିଯାଉଛନ୍ତି କୋର୍ଟରେ । କଣ ନା ଛାଡପତ୍ର ଦେବୁ । ତେବେ ଅନେକଙ୍କ ପାଇଁ ଏହି ନିଷ୍ପତ୍ତି ନେବା ଏତେ ସହଜ ହୋଇ ନ ଥାଏ । ଡିଭୋର୍ସ ନିଷ୍ପତ୍ତି ପାଇଁ ଲାଗିଯାଏ ବର୍ଷ ବର୍ଷ । ତେବେ ଛାଡପତ୍ର ନେବା ଆଗରୁ ଦମ୍ପତିଙ୍କ ପାଇଁ କିଛି ଟିପ୍ସ । ଏହି ନିଷ୍ପତ୍ତି ଆଗରୁ ଥରେ ଏହି ସବୁ ଦିଗକୁ ଆପଣେଇ ପୁଣି ଥରେ ଦାମ୍ପତ୍ୟକୁ ମଧୁମୟ କରିହେବ ।

ପରସ୍ପର ମଧ୍ୟରେ ଖୋଲା ଆଲୋଚନା- ଅନେକ ସମୟରେ ଭୁଲ ବୁଝାମଣାରୁ ଦମ୍ପତିଙ୍କ ମଧ୍ୟରେ ଦୂରତା ଆସିଥାଏ । ତେଣୁ ଏତେବଡ ପଦକ୍ଷେପ ନେବା ଆଗରୁ ଥରେ ଉଭୟ ବସି ଶାନ୍ତିରେ ସବୁ ମୁଦ୍ଦା ଉପରେ ଖୋଲା ମନରେ ଆଲୋଚନା କରିବା ଦରକାର । ଜାଣିବାକୁ ଚେଷ୍ଟା କରନ୍ତୁ, ଉଭୟଙ୍କ ମଧ୍ୟରେ କଣ ଭୁଲ ହୋଇଛି । କେମିତି ଏହାକୁ ସୁଧାରିହେବ ।

କାଉନସିଲିଂର ସାହାରା- ଯଦି ଦୂରତା ବହୁତ ବଢିଯାଇଛି, ପରସ୍ପର ସହ ଆଲୋଚନା କରିବାକୁ ସହଜ ମନେ କରୁ ନାହାନ୍ତି, ତେବେ ଜଣେ ରିଲେସନସିପ କାଉନସିଲରଙ୍କ ସହ ବିଚାରବିମର୍ଷ କରନ୍ତୁ । ଏପରି କରିବା ଦ୍ୱାରା ଉଭୟଙ୍କ ଭିତରେ ଥିବା ସମସ୍ୟାର ସମାଧାନ ବାହାରିବ । ଏଥିସହ ଦାମ୍ପତ୍ୟକୁ ନୂଆ ଏକ ସୁଯୋଗ ମିଳିପାରିବ ।

ପରସ୍ପରକୁ ବୁଝନ୍ତୁ- ଛାଡପତ୍ର ଦେବା ଆଗରୁ ଥରେ ଉଭୟ ଉଭୟଙ୍କ ଦୃଷ୍ଟିଭଙ୍ଗୀକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଫଳରେ ପରସ୍ପର ଜୀବନରେ ଓ ଭାବଗତ ସ୍ଥିତିରେ ଚାଲିଥିବା ଦ୍ୱନ୍ଦ୍ୱ ବୁଝିପାରିବେ ।

ମିଳିତ ସମୟ ବିତାଇବା- ଏତେ ବଡ ନିଷ୍ପତ୍ତି ଆଗରୁ ପରସ୍ପର ସହ ଏକାନ୍ତ ସମୟ ଅତିବାହିତ କରନ୍ତୁ । ସାଙ୍ଗ ହୋଇ କେଉଁଠିକୁ ବୁଲି ଯାଆନ୍ତୁ । ଫଳରେ ଆପଣ ଦୁହେଁ ପରସ୍ପର ପ୍ରତି ଥିବା ପ୍ରେମ, ଯତ୍ନ, ଚିନ୍ତାକୁ ବୁଝିବାର ମୌକା ପାଇବେ । ଏହା ଉଭୟଙ୍କ ଭିତରେ ଥିବା ଦୂରତା ଦୂର କରିଦେବ ।
ମଧୁର ସ୍ମୃତିଚାରଣ- ଉଭୟ ଆଗରୁ ବିତାଇଥିବା ମଧୁର ସ୍ମୃତିକୁ ମନେ ପକାନ୍ତୁ । କେମିତି ପରସ୍ପରକୁ ଭଲପାଉଥିଲେ, ପରସ୍ପରର ସ୍ୱାର୍ଥ ରକ୍ଷା ପାଇଁ ଅନ୍ୟମାନଙ୍କ ସହ ଲଢୁଥିଲେ, କେମିତି ପରସ୍ପରର ଛୋଟ, ବଡ ଖୁସିର ଯତ୍ନ ନେଉଥିଲେ ସେ ସବୁକୁ ମନେ ପକାନ୍ତୁ । ଦେଖିବେ, ଦୂରତାର କାରଣ ବୁଝି ସେସବୁ ଦୂର କରିବାକୁ ଚେଷ୍ଟା କରିବେ ଓ ପୁଣି ଏକ ସୁଖମୟ ଦାମ୍ପତ୍ୟ ଦିଗରେ ଆଗେଇଯିବେ ।