fbpx

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ରଦ୍ଧାଳୁଙ୍କ ହୃଦୟରେ ବସି ସାରିଲେଣି ରାମଲଲା

ନୂଆଦିଲ୍ଲୀ: ଆସୁଛନ୍ତି ରାମଲଲା, ଫୁଲରେ ସଜାଯାଇଛି ରାସ୍ତା ଘାଟ ଓ ଗେଟ୍।  ଗର୍ଭଗୃହ ସମେତ ମନ୍ଦିରକୁ ମଧ୍ୟ ସଜେଇ ଦିଆଯାଇଛି। ଦେଶ ବିଦେଶରୁ ଆସିଲେଣି ଅଗଣିତ ଭକ୍ତ। ସମସ୍ତଙ୍କ ଆଖି ସେହି ମୁହୂର୍ତ୍ତକୁ ଦେଖିବାକୁ, କେତେବେଳେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ଏବଂ ତା’ପରେ ରାମ ମନ୍ଦିର ଯାଇପାରିବେ।
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହୃଦୟରେ ବସି ସାରିଲେଣି ରାମଲଲା। ପ୍ରଭୁ ଶ୍ରୀରାମଙ୍କ ହସ ହସ ମୁହଁ ସାଙ୍ଗକୁ ମଥାରେ ତିଳଙ୍କ ତାଙ୍କୁ ଏହି ଚିତ୍ରରେ ଅଧିକ ଆକର୍ଷଣୀୟ କରିଦେଇଥିଲା । ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ପ୍ରଭୁଙ୍କ ପ୍ରତି ଭକ୍ତଙ୍କର ଅଜସ୍ର ଭଲପାଇବା ଦେଖିବାକୁ ମିଳିଥିଲା । ତେବେ ଏହା ମଧ୍ୟରେ ରାମଲଲାଙ୍କ ପ୍ରଥମ ପୂର୍ଣ୍ଣ ଚିତ୍ରକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ରାମଲଲାଙ୍କ ପୂର୍ଣ୍ଣ ଚିତ୍ର ଆସିଛି, ଯେଉଁଥିରେ ଫୁଲ-ଅଳଙ୍କାରରେ ଆଭୂଷିତ ହୋଇଛନ୍ତି ରାମଲାଲା ।

ରାମଲଲାଙ୍କ ଏହି ଶ୍ୟାମଳ ସୁନ୍ଦର ପ୍ରତିମୂର୍ତ୍ତିର ଫଟୋ ସାମ୍ନାକୁ ଆସିବା ପରେ ଶୁକ୍ରବାର ହିଁ ରାମଲଲାଙ୍କ ଦର୍ଶନ ପାଇଁ ଆଗ୍ରହୀ ଭକ୍ତମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ତେବେ ଗର୍ଭଗୃହରେ ସ୍ଥାପନ ହେବା ପରେ ଏହା କୌଣସି ଚିତ୍ର ନୁହେଁ। ମୂର୍ତ୍ତି ନିର୍ମାଣ ସମୟରୁ ହିଁ ଏହି ମୂର୍ତ୍ତି ଦେଖିବା ପରେ ସେହି ସବୁ ରୂପ, ସେହି ସବୁ ବ୍ୟାଖ୍ୟା ଗୋଟିଏ ପରେ ଗୋଟିଏ ସତ ହେବାକୁ ଲାଗିଲା, ଯାହାକୁ ସନ୍ଥମାନେ ନିଜ ରାମଙ୍କ ପ୍ରତିମୂର୍ତ୍ତିରେ ବର୍ଣ୍ଣନା କରିଥିଲେ ।

Get real time updates directly on you device, subscribe now.