fbpx

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ RSSର ଅଭିଯୋଗ

ମୁମ୍ବାଇ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଥାନେ(Thane) କୋର୍ଟ ପକ୍ଷରୁ ଶୁକ୍ରବାର ଜୋରିମାନା ଲଗାଯାଇଛି । ସାମ୍ବାଦିକ ଗୌରି ଲଙ୍କେଶ ହତ୍ୟା ମାମଲାରେ RSSର ନାଁ ସାମିଲ କରାଯିବା ନେଇ ଉକ୍ତ ସଂଗଠନର ଜଣେ କର୍ମକର୍ତ୍ତା ରାହୁଲ ଗାନ୍ଧୀଙ୍କ ନାଁରେ ଏକ ଲିଖିତ ମାନହାନୀ ଅଭିଯୋଗ ଦାୟର କରିଥିଲେ । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତରଫରୁ ଏକ ଲିଖିତ ବୟାନ ଦାଖିଲ କରିବା ପାଇଁ ୮୮୧ ଦିନ ସମୟ ଲାଗିଥିଲା । ଯେଉଁଥିପାଇଁ ତାଙ୍କ ଓକିଲ ନାରାୟଣ ଅୟର ବିଳମ୍ବ ପାଇଁ କ୍ଷମାପ୍ରାର୍ଥନା କରିବା ସତ୍ତ୍ୱେ ରାହୁଲ ଗାନ୍ଧୀଙ୍କ ଉପରେ କୋର୍ଟ ୫୦୦ ଟଙ୍କାର ଜୋରିମାନା ଲଗାଇଥିଲା । ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୫ରେ ହେବ ।

ସୂଚନାରୁ ପ୍ରକାଶ ଯେ ସାମ୍ବାଦିକ ଗୌରି ଲଙ୍କେଶ ହତ୍ୟା ମାମଲାରେ RSSର କାର୍ଯ୍ୟକର୍ତ୍ତା ବିବେକ ଚମ୍ପାନେରକରଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ ହୋଇଥିଲା । ତେବେ ବୟାନ ଦାଖଲ କରିବାରେ ୮୮୧ ଦିନର ବିଳମ୍ବ ହେତୁ ଓକିଲ ନାରାୟଣ ଅୟର ଏକ କ୍ଷମା ଆବେଦନ ଦାୟର କରିଥିଲେ । ମାଜିଷ୍ଟ୍ରେଟ୍ ଅଦାଲତ ତାଙ୍କ କ୍ଷମା ଆବେଦନକୁ ସ୍ୱିକାର କରିବା ସହ ୫୦୦ ଟଙ୍କାର ଜୋରିମାନା ଲଗାଇଥିଲେ । ଅପରପକ୍ଷରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପୁନରୁଦ୍ଧାରକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛି । ଏଥିପାଇଁ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିାମନା ମଧ୍ୟ ଲଗାଇଥିଲା ।

Get real time updates directly on you device, subscribe now.