ସୋରିଷ ତେଲ ପ୍ରତ୍ୟେକ ଲୋକଙ୍କ ଘରେ ମିଳିଥାଏ । ସୋରିଷ ତେଲକୁ ସାଧାରଣତଃ ଅଧିକାଂଶ ଲୋକ ରୋଷେଇରେ ବ୍ୟବହାର କରିଥାନ୍ତି । ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ବହୁତ ଉପକାରୀ ଅଟେ । ସୋରିଷ ତେଲରେ ଅନେକ ଉପକାରୀ ଗୁଣ ଭରି ରହିଛି । ଉତ୍ତର ଭାରତରେ ଅଧିକ ମାତ୍ରାରେ ଏହାର ବ୍ୟବହାର କରାଯାଇଥାଏ । ପୁରାତନ କାଳରେ ରୋଗ ସଂକ୍ରମଣରୁ ଦୂରେଇବା ପାଇଁ ପିଲାମାନଙ୍କ ଶରୀରରେ ଏହି ତେଲର ମାଲିସ କରୁଥିଲେ । । ଆସନ୍ତୁ ଜାଣିବା କ’ଣ ରହିଛି ସୋରିଷ ତେଲର ଉପକାରିତା:-
– ସୋରିଷ ତେଲ ଆପଣଙ୍କ ଭୋକ ବଢ଼ାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କୁ ଭୋକ ଠିକ ଭାବେ ହେଉନାହିଁ, ତେବେ ଆପଣ ଏହି ତେଲକୁ ଉପଯୋଗ କରିପାରିବେ । ଏଥିସହ ଏହା ଦ୍ୱାରା ଆମର ପାଚନ ଶକ୍ତି ଠିକ ଭାବେ କାର୍ଯ୍ୟ କରିଥାଏ ।
– ଏଥିରେ ଥାୟାମିନ, ନିଆସିନ ପରି ଭିଟାମିନ ରହିଥାଏ, ଯାହା ଓଜନ ହ୍ରାସରେ ସହାୟକ ହୋଇଥାଏ । ସୋରିଷ ତେଲକୁ ମାଲିସ କରିବା ଦ୍ୱାରା ଶରୀରରେ ଅତିରିକ୍ତ ଚର୍ବି ହ୍ରାସ ଘଟିଥାଏ ।
– ଶରୀରରେ ସୋରିଷ ତେଲର ମାଲିସ କରିବା ଫଳରେ ମାଂସପେଶୀ ମଜବୁତ ହେବା ସହ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ । ୧ ଚାମଚ ସୋରିଷ ତେଲ ଔଷଧ ରୂପେ ସେବନ କରିବା ଫଳରେ ଖାସ, ଗଳାର ଯନ୍ତ୍ରଣା କମ ହୋଇଥାଏ ।
– ଥଣ୍ଡାରେ ଆଜିକାଲି ସମସ୍ତଙ୍କ ଠାରେ ଓଠ ଫାଟିବା ସମସ୍ୟା ଦେଖାଦେଉଛି । ତେଣୁ ଆପଣ ରାତିରେ ଶୋଇବା ପୂର୍ବରୁ ନାଭିରେ ତେଲ ଲଗାଇ ଶୁଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଓଠ ନରମ ଓ ମୁଲାୟମ ହୋଇଥାଏ ।
– ଶ୍ୱାସ କ୍ରିୟାରେ ଅସୁବିଧା ହେଲେ ତେଲକୁ ନାକରେ ଲଗାଇବା ଫଳରେ ତତକ୍ଷଣାତ ଉପଶମ ମିଳିଥାଏ । ଏଥିସହ ନାକ କୁଣ୍ଡାଇ ହେବା, ନାକ ଶୁଷ୍କ ହେବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।
– ସୋରିଷ ତେଲ ସହ ହଳଦୀ ଓ ଲୁଣକୁ ମିଶାଇ ଦାନ୍ତ ମୂଳରେ ନିୟମିତ ମାଲିସ କରନ୍ତୁ । ଏହା ଦ୍ୱାର ଦାନ୍ତର ବିନ୍ଧା, ପାଇରିଆ ଆଦି ରୋଗରୁ ରକ୍ଷା ମିଳିଥାଏ ।
-ଶରୀରରେ କୋଲେଷ୍ଟରଲର ପରିମାଣକୁ ନିୟନ୍ତ୍ରଣ କରିବାରେ ସୋରିଷ ତେଲ ସହାୟକ ହୋଇଥାଏ । ରିଫାଇନଡ୍ ତେଲ ଅପେକ୍ଷା ସୋରିଷ ତେଲ ବ୍ୟବହାର କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ ।