ଶ୍ରମିକ ଅଟକ ଘଟଣା; ଓଡ଼ିଶା ସରକାରଙ୍କୁ ଧମକାଇଲେ ସାଂସଦ ମହୁଆ ମୈତ୍ର…
ଓଡ଼ିଶା ସରକାରଙ୍କୁ ଧମକାଇଲେ ବେଙ୍ଗଲି ସାଂସଦ ମହୁଆ ମୈତ୍ର । ଝାରସୁଗୁଡ଼ାରେ ଅଟକ 421 ଶ୍ରମିକଙ୍କ ଘଟଣାରେ ଭିଡିଓ ବାର୍ତ୍ତାରେ ଦେଲେ ଧମକ ।
ଭୁବନେଶ୍ବର: ଓଡ଼ିଶା ସରକାରଙ୍କୁ ଧମକାଇଲେ ବେଙ୍ଗଲି ସାଂସଦ ମହୁଆ ମୈତ୍ର । ଝାରସୁଗୁଡ଼ାରେ ଅଟକ 421 ଶ୍ରମିକଙ୍କ ଘଟଣାରେ ଭିଡିଓ ବାର୍ତ୍ତାରେ ଦେଲେ ଧମକ । କହିଲେ ଏମାନଙ୍କ ଭିତରେ ମୋ ନିର୍ବାଚନ ମଣ୍ଡଳୀର ୨୩ ଶ୍ରମିକ ଅଛନ୍ତି । ମୋ ନିର୍ବାଚନ ମଣ୍ଡଳୀର ୨୩ ଶ୍ରମିକଙ୍କ ସହ ୪୨୧ ବେଙ୍ଗଲି ଅଟକ ଅଛନ୍ତି । ବେଆଇନ ଭାବେ ଝାରସୁଗୁଡ଼ା ଓରିଏଣ୍ଟ ପୋଲିସ ଷ୍ଟେସନ ଅଟକ ରଖିଛି ।
ଏହାସହ ଆହୁରି କହିଛନ୍ତି ଯେ, ଓଡ଼ିଶାର ପର୍ଯ୍ୟଟନ ରାଜସ୍ବର ୫୦ ପ୍ରତିଶତ ପଶ୍ଚିମବଙ୍ଗରୁ ଆସୁଛି। ୫୦ ପ୍ରତିଶତ ବଙ୍ଗାଳୀ ପର୍ଯ୍ୟଟକ ଓଡ଼ିଶାର ହୋଟେଲରେ ରହୁଛନ୍ତି, ଏଠାକାର ରେସ୍ତୋରାଁରେ ଖାଉଛନ୍ତି। ବିଗତ ଦିନରେ ହେଉ ନ ଥିଲା, ବିଜେପି ସରକାର ଆସିଲା ପରେ ହେଉଛି । ଏଭଳି କହି ପର୍ଯ୍ୟଟକ ନଆସିବା ଧମକ ପରୋକ୍ଷ୍ୟରେ ଦେଇଛନ୍ତି ମହୁଆ।
ଖାଲି ଏତିକି ନୁହେଁ, ଅଟକ ଶ୍ରମିକଙ୍କୁ ଯଦି ତୁରନ୍ତ ଛଡ଼ାନଯାଏ ତାହେଲେ ମାମଲା ହେବ। ଭାବିବା ଉଚିତ ନୁହେଁ ଯେ, ସେମାନଙ୍କ ପାଇଁ ଲଢେଇ କରିବାକୁ କେହି ନାହାନ୍ତି । ମୋ ନିର୍ବାଚନ ମଣ୍ଡଳୀର 23 ଶ୍ରମିକଙ୍କର ସବୁ ବୈଧ ପ୍ରମାଣପତ୍ର ରହିଛି । ସେମାନଙ୍କ ପାଇଁ କୋର୍ଟର ଦ୍ବାରସ୍ତ ହେବେ ବୋଲି TMC ସାଂସଦ ମୋହୁଆ ମୈତ୍ର ନିଜ ଭିଡିଓରେ କହିଛନ୍ତି। ଶ୍ରମିକଙ୍କୁ ଛାଡ଼ିବାକୁ ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପିଙ୍କୁ ଅପିଲ୍ କରିଛନ୍ତି।