fbpx

ନୂଆ ବର୍ଷରେ ଫଟୋ ଉଠାଇବାକୁ ମନା କଲେ ବାପା, ଶେଷରେ ଝିଅ ନେଲା ଏଭଳି ନିଷ୍ପତ୍ତି, ଘରେ ଖେଳିଗଲା ଶୋକର ଛାୟା

ବେଙ୍ଗାଲୁରୁ: ଜଣେ ୨୧ ବର୍ଷୀୟ ଛାତ୍ରୀ ନୂଆ ବର୍ଷ ଦିନ ଅର୍ଥାତ ସୋମବାର ଦିନ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ନୂଆ ବର୍ଷ ସଂଧ୍ୟାରେ ତାଙ୍କ ବାପା ତାଙ୍କୁ ଫଟୋ ଉଠାଇବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ମୃତ ଭର୍ଷୀନୀ ଜଣେ ବିବିଏ ଛାତ୍ରୀ ଥିଲେ । ଏହା ପୂର୍ବରୁ ଭର୍ଷୀନୀ ଫଟୋଗ୍ରାଫି କୋର୍ସ କରିଥିଲେ । ସେ ତାଙ୍କ ଅବିଭାବକଙ୍କୁ ପଚାରିଥିଲେ ଯେ, ନୂଆ ବର୍ଷ ସଂଧ୍ୟାରେ ଏକ ମଲରେ ମୁଁ ଫଟୋ ଉଠାଇ ପାରିବି କି ନାହିଁ । କିନ୍ତୁ ଏହାକୁ ତାଙ୍କ ବାପା ମନାକରିବାରୁ ସେ ନିଜ ରୁମକୁ ଯାଇ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଅଧିକାରୀ ପୁଣି କହିଛନ୍ତି ଯେ, ଯଦିଓ ସେ କୌଣସି ସୁଇସାଇଡ ନୋଟ ଛାଡିକି ଯାଇନାହାନ୍ତି, କିନ୍ତୁ ଏ ବାବଦରେ ସେ ଜଣକୁ ମେସେଜ କରିଛନ୍ତି । ତେବେ ଭର୍ଷୀନୀଙ୍କ ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଦିଆଯିବ ବୋଲି କୁହାଯାଇଛି । ବର୍ତ୍ତମାନ ଏହି ମାମଲାକୁ ନେଇ ତଦନ୍ତ ଚାଲୁରହିଛି ।

Get real time updates directly on you device, subscribe now.