ବେଙ୍ଗଲୁରୁ: ବେଙ୍ଗଲୁରୁରେ ମେଟ୍ରୋ ରେଳ ଲାଇନ ନିର୍ମାଣ, ବେଙ୍ଗଲୁରୁରେ ମେଟ୍ରୋ ପ୍ରୋଜେକ୍ଟ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ଚାଲିଛି। ଏହା ଦ୍ୱାରା ଟ୍ରାଫିକ୍ ପ୍ରଭାବିତ ହେଉଛି। ଏଥିପାଇଁ ମୁଖ୍ୟ ରାସ୍ତାରେ ଯାତାୟାତ 48 ଦିନ ପାଇଁ ପ୍ରଭାବିତ ହେବାକୁ ଯାଉଛି। ଏହି କାରଣରୁ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଏକ ଆଡ଼ଭାଇଜାରୀ ଜାରି କରିଛି।
ଆଡଭାଇଜରୀରେ କୁହାଯାଇଛି ଯେ, ମେଟ୍ରୋ ରେଳ ଲାଇନ ପାଇଁ ସରଜାପୁର ପାଖରେ ୪ଟି ପିଲାର କରାଯିବ। ଏହାର ନିର୍ମାଣକାର୍ଯ୍ୟ ସରଜାପୁର ପାଖରୁ ପିଲାର ସଂଖ୍ୟା ୧୬୩ ରୁ ୧୬୭ ପାଖାପାଖି ଆଉଟର ରିଙ୍ଗ ରୋଡ ୨୭ତମ ମେନ ରୋଡ ଫ୍ଲାଏଓଭର ଡାଉନ ରାମ୍ପଠାରୁ ନେଇ ଇବଲୁର ସରକାରୀ ବିଦ୍ୟାଳୟ ପର୍ଯ୍ୟନ୍ତ ଯାତାୟତ ପ୍ରଭାବିତ ହେବ।
ଏଥିପାଇଁ ସର୍ଭିସ ରୋଡ ଏବଂ ମେନ ରୋଡ ଦୁଇଟିରେ ବ୍ୟାରିକେଡ୍ ଲଗାଯିବ। ଏହି ସମୟରେ ଦୁଇଟି ରାସ୍ତାରେ ଯାତାୟତ ମନ୍ଥର ରହିବ।
Traffic Advisory. @DCPSouthTrBCP @Jointcptraffic @CPBlr @blrcitytraffic @BlrCityPolice @acphsrtrps @acpwfieldtrf @halairporttrfps @DCPTrEastBCP @hsrltrafficps @madivalatrfps @wftrps @0RRCA pic.twitter.com/RLJiI9TWn4
— BELLANDURU TRAFFIC BTP (@bellandurutrfps) February 19, 2025