କଖାରୁ ଫୁଲ: ସ୍ୱାଦରେ ଯେମିତି ଟେଷ୍ଟି, ଦେହ ପାଇଁ ସେତିକି ଲାଭଦାୟକ, ରିସର୍ଚ୍ଚରୁ ବଡ଼ ଖୁଲାସା

ଜାଣନ୍ତୁ କଖାରୁ ଫୁଲର ଉପକାରିତା

ଓଡ଼ିଶା ଭାସ୍କର: ସାଧାରଣତଃ କଖାରୁ ଫୁଲ ସମସ୍ତଙ୍କୁ ଭଲ ଲାଗିଥାଏ। କଖାରୁ ଫୁଲରେ ବିଭିନ୍ନ ପ୍ରକାରର ରେସେପି ବନାଇ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ଆପଣ ଜାଣନ୍ତି କି କଖାରୁ ଫୁଲ ପାଟିକୁ ଯେତିକି ସ୍ୱାଦିଷ୍ଟ, ଦେହ ପାଇଁ ମଧ୍ୟ ଏହା ଖୁବ ଉପକାରୀ। ଏଥିରେ ଅନେକ ପ୍ରକାର ଭିଟାମିନ୍‌ ଭରି ରହିଛି।

ଏହାକୁ ନିୟମିତ ଭାବେ ଖାଇଲେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ଜଣାପଡ଼ିଛି। ଏହା ଶରୀରରେ iron ଏବଂ mineral salts ପରିମାଣକୁ ସନ୍ତୁଳିତ ରଖେ।

ଏଥିରେ ଥିବା ଭିଟାମିନ୍‌ ‘ଏ’, ଆମ ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହା ଶରୀରରେ ଶୁଦ୍ଧ ଅମ୍ଳଜାନ ମଧ୍ୟ ତିଆରି କରିଥାଏ। କଖାରୁଫୁଲ ହାଡ଼ ଓ ଦାନ୍ତକୁ ମଜଭୁତ କରିବାରେ ସାହାଯ୍ୟ କରେ।

ରିସର୍ଚ୍ଚରୁ ବଡ଼ ଖୁଲାସା : ‘ରୋଗ ପ୍ରତିରୋଧକ ଶକ୍ତି ଓ କଖାରୁଫୁଲ’ ଶୀର୍ଷକ ବିଷୟ ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ପ୍ରାୟ ନିୟମିତ କଖାରୁଫୁଲ ଖାଉଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ପୂର୍ବାପେକ୍ଷା ବୃଦ୍ଧି ପାଉଥିଲା ବୋଲି ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହାକୁ ନିୟମିତ ଖାଇବା ଦ୍ୱାରା, ଶରୀରରେ ଭିଟାମିନ୍‌ ‘ସି’ର ଅଭାବ କେତେକାଂଶରେ ପୂରଣ ହୋଇଯାଏ।