(Video) ପିଲାଙ୍କ ପାଇଁ ପୋଷ୍ଟ ଅଫିସର ଦମଦାର ସ୍କିମ୍: ମାତ୍ର ୬ ଟଙ୍କା ଜମା କରି ପାଇପାରିବେ ଲକ୍ଷାଧିକ ଟଙ୍କାର ସୁବିଧା

ଆଜିକାଲି ସମୟରେ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସବୁବେଳେ ଚିନ୍ତିତ ଥାନ୍ତି ପିତାମାତା ଏବଂ ପରିବାରର ସଦସ୍ୟ । ତେବେ ଏହି ଚିନ୍ତାରୁ ମୁକ୍ତି ଦେବା ପାଇଁ ପୋଷ୍ଟ ଅଫିସ୍ ନେଇ ଆସିଛି ଆପଣଙ୍କ ପିଲା ପାଇଁ ନୂଆ ସ୍କିମ୍ । ଯେଉଁଥିରେ ଆପଣ ପିଲାଙ୍କ ଭବିଷ୍ୟତ ପାଇଁ ଦେଖିପାରିବେ ନୂଆ ସ୍ୱପ୍ନ । ଆଉ ପିଲାର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଆସିଲା ଜବରଦସ୍ତ ସ୍କିମ୍ । ଏଥଇପାଇଁ ଆପଣଙ୍କୁ ଜମା କରିବାକୁ ହେବ ମାତ୍ର ୬ ଟଙ୍କା ଆଉ ପାଇପାରିବେ ଲକ୍ଷେ ଟଙ୍କା । ତେବେ ଏହି ସ୍କିମ୍ ହେଉଛି ପୋଷ୍ଟାଲର ‘ବାଲ୍ ଜୀବନ ବୀମା’ ଯୋଜନା ।

ଆଜିକାଲି ପିଲାଙ୍କ ଜନ୍ମ ପରେ ତାର ଭବିଷ୍ୟତ ନେଇ ମା ବାପାଙ୍କୁ ଅଧିକ ଚିନ୍ତା ଘାରିଥାଏ । ଆଉ ଏଥିପାଇଁ ପ୍ରତ୍ୟେକ ବାପା ମା ପିଲାର ଜନ୍ମ ସାଥେ ସାଥେ ନିବେଶ କରିବାକୁ ଚାହିଁଥାଆନ୍ତି । ତେବେ ଆପଣ ଯଦି ନିଜ ପିଲା ନାଁ ରେ ଇନ୍ଭେଷ୍ଟମେଣ୍ଟ କରିବା ବିଷୟରେ ଭାବୁଛନ୍ତି ତେବେ ପୋଷ୍ଟ ଅଫିସର ‘ବାଲ୍ ଜୀବନ ବୀମା ଯୋଜନା’ ଏକ ଭଲ ବିକଳ୍ପ ରହିଛି । ତେବେ ଏହି ସ୍କିମରେ ପ୍ରତିଦିନ ୬ ଟଙ୍କା ଲେଖାଏଁ ଜମା କରି ପିଲାଙ୍କ ପାଠପଢ଼ା ଖର୍ଚ୍ଚ ପାଇଁ ଲକ୍ଷ ଲକ୍ଷ ଟଙ୍କା ପାଇପାରିବେ । ତେବେ ପୋଷ୍ଟ ଅଫିସ୍ର ବାଲ ଜୀବନ ବୀମା ଯୋଜନା ଗ୍ରାମୀଣ ଡାକ ସେବକ ଜୀବନ ବୀମା ଅନ୍ତର୍ଗତ ଆସିଥାଏ । ଏହା ପିଲାଙ୍କ ପାଇଁ ଏକ ସô୍ତନ୍ତ୍ର ସ୍କିମ୍ । ଏହି ଯୋଜନାକୁ ପିଲାର ମା, ବାପା କ୍ରୟ କରିପାରିବେ । ଉକ୍ତ ଯୋଜନାକୁ କିଣିବା ପାଇଁ ମାତା ପିତାଙ୍କ ବୟସ ୪୫ ବର୍ଷ ହୋଇନଥିବା ଆବଶ୍ୟକ । ଯଦି ମାତା ପିତାଙ୍କ ବୟସ ୪୫ ବର୍ଷରୁ ଅଧିକ ତେବେ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ । ତେବେ ଏହି ବାଲ୍ ବୀମା ଯୋଜନା ୫ ରୁ ୨୦ ବର୍ଷ ପିଲାଙ୍କ ପାଇଁ ଉଦ୍ଦିଷ୍ଟ । ତେବେ ଏହି ଯୋଜନାରେ ପଲିସି ହୋଲଡର ଅର୍ଥାତ୍ ପିଲାର ବାପା ମା ତାଙ୍କର ୨ ଜଣ ସନ୍ତାନକୁ ଏଥିରେ ସାମିଲ୍ କରିପାରିବେ । ତେବେ ଏହି ବୀମା ଯୋଜନା ଅନୁସାରେ ପ୍ରତିଦିନ ୬ଟଙ୍କାରୁ ନେଇ ୧୮ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ ।

ତେବେ କୌଣସି ପଲିସି ହୋଲଡର ଏହି ପଲିସିକୁ ୫ ବର୍ଷ ପାଇଁ କ୍ରୟ କରିଥାଏ ତେବେ ତାକୁ ପ୍ରତିଦିନ ୬ଟଙ୍କାର ପ୍ରିମିୟମ ଦେବାକୁ ହୁଏ । କିନ୍ତୁ ଯଦି ଏହି ପଲିସିକୁ ୨୦ ବର୍ଷର ଅବଧି ପାଇଁ କିଣାଯାଏ ତ ତାକୁ ପ୍ରତିଦିନ ୧୮ ଟଙ୍କା ପ୍ରିମିୟମ ଦେବାକୁ ପଡ଼ିବ । ଏହି ଯୋଜନାରେ ମାସିକ, ତ୍ରୟମାସିକ, ୬ ମାସିକ ଓ ବାର୍ଷିକ ଆଧାରରେ ପ୍ରିମିୟମ ଜମା କରିବାକୁ ହୋଇଥାଏ । ଆଉ ଏହି ପଲିସି ମ୍ୟାଚୁରିଟି ପରେ ୧ଲକ୍ଷ ଟଙ୍କାର ପ୍ରିମିୟମ ଆପଣଙ୍କୁ ଦିଆଯାଏ । ଏହି ଯୋଜନାରେ ମ୍ୟାଚୁରିଟି ପୂର୍ବରୁ ଯଦି ପଲିସି ହୋଲଡର ଅର୍ଥାତ୍ ମାତା ପିତାଙ୍କର ମୃତ୍ୟୁ ହୋଇଯାଏ ତେବେ ପ୍ରିମିୟମ ଛାଡ଼ ହୋଇଯାଏ । ଏଭଳି ସ୍ଥିତିରେ ପିଲାର ପଲିସି ପ୍ରିମିୟମ ଭରିବାକୁ ପଡ଼ିନଥାଏ ।