ବବିଙ୍କ ଭାଇକୁ ଉଠାଇ ନେଲା ପୋଲିସ, କାଲି ଅଭିଯୋଗ କରିଥିଲେ ବ୍ୟବସାୟୀ

ଭୁବନେଶ୍ବର: ବିଜେଡି ନେତା ଭବ ପ୍ରକାଶ ଦାସଙ୍କୁ ଉଠାଇ ନେଲା ପୋଲିସ । ତାକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି । ବିଲମ୍ବିତ ରାତିରେ ଯାଜପୁର ଟାଉନ ଥାନା ପୋଲିସ ତାଙ୍କୁ ଉଠାଇ ନେଇଯାଇଥିବା ସୂଚନା ରହିଛି । କଳିଙ୍ଗ ନଗର ଥାନାରେ ଅଟକ ରଖିଥିବା ଜଣାପଡିଛି । ପ୍ରକାଶଥାଉକି ଗତକାଲି ଭବ ପ୍ରକାଷଙ୍କ ବିରୋଧରେ 4ଟି ମାମଲା ରୁଜୁ ହୋଇଥିଲା । ତାଙ୍କ ବିରୋଧରେ ବ୍ୟବସାୟୀ ଏବଂ ପୋଲିସ ମଧ୍ୟ ଅଭିଯୋଗ ଆଣିଥିଲେ ।

କହିରଖୁଛୁ କି, ବିରଜା ହାଟକୁ ନେଇ କନ୍ଦଳ ଦେଖାଯାଇଥିଲା । ସେହି ସମୟରେ ଭବ ପ୍ରକାଶ ଦାସ ହାଟରେ ଆସି ହଙ୍ଗାମା କରିବା ସହିତ ବ୍ୟବସାୟୀମାନଙ୍କର ଆସବାବପତ୍ର ଫିଙ୍ଗି ଦେଇଥିଲେ । ଜଣେ ବ୍ୟକ୍ତି ଝୁଡି ଧରି ମାର୍କେଟକୁ ଯାଇଥିଲେ । ଏହି ସମୟରେ ବବି ଦାସଙ୍କ ପୁଅ ଏବଂ ତାଙ୍କର କିଛି ସମର୍ଥକ ବ୍ୟବସାୟୀଙ୍କୁ ଧମକ ଦେଇଥିଲେ । କେବଳ ଏତିକି ନୁହେଁ ତାଙ୍କ ଝୁଡିରେ ରହିଥିବା କିଛି ଟଙ୍କା ମଧ୍ୟ ସେ ଛଡାଇ ନେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ରାସ୍ତାରୋକ କରିବା ସମୟରେ ପୋଲିସକୁ ମଧ୍ୟ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଭବପ୍ରକାଶଙ୍କ ବିରୋଧରେ BNS 115(2),296,3(5), 303(2) ଓ 324(4)ରେ ମାମଲା ମଧ୍ୟ ରୁଜୁ ହୋଇଥିଲା ।